ବଢୁଛି କରୋନା ସଂକ୍ରମଣ : ସ୍କୁଲରୁ ୪୦ ସଂକ୍ରମିତ ଚିହ୍ନଟ; କ୍ୟାମ୍ପସ ଭିତରେ ୭ଦିନ ସଙ୍ଗରୋଧରେ ରହିବାକୁ ପରାମର୍ଶ

279

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ବଢୁଥିବା ବେଳେ ଏହାକୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଏକ ସ୍କୁଲର ୩୮ ଛାତ୍ରଛାତୀଙ୍କ ସହ ମୋଟ ୪୦ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପରେ ଉକ୍ତ ସ୍କୁଲକୁ ସଙ୍ଗରୋଧରେ ରଖାଯାଇଛି । ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାର କସ୍ତୁରିବା ରେସିଡେଣ୍ଟାଲ ସ୍କୁଲରେ ଏଭଳି କରୋନା ବିସ୍ପୋରଣ ଦେଖିବାକୁ ମିଳିଛି ।

ଜଣେ ଷ୍ଟାଫ୍ କୋଭିଡ ପଜିଟିଭ୍ ଚିହ୍ନଟ ପରେ ସବୁ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା କରଯାଇଇଥିଲା । ସେଥିରୁ ୪୦ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସ୍କୁଲକୁ ବନ୍ଦ କରିଦିଆଯାଇଥିବା ନେଇ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି । ଗତ ୧୦ ଦିନରେ ୟୁପିରେ କରୋନା ସଂକ୍ରମଣ ୩୫୪ ପ୍ରତିଶତ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏପଟେ ଦେଶରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଲଗାତାର ଦୁଇ ଦିନ ଧରି ୧୮୦୦ ଉପରେ ରହିଥିବା ବେଳେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହଯାଉଛି ।