ନ୍ୟାୟ ମାଗୁଛି ନାବାଳିକା : ଥାନା ସୀମା ବିବାଦରେ ପୀଡିତାଙ୍କ ପରିବାର

22

vlcsnap-2016-08-25-09h44m49s563କନକ ବ୍ୟୁରୋ : ସରଳମନ କାନ୍ଦି ଉଠୁଛି । ଖୁବ୍ ବାଧିଛି । ତେଣୁ ବେଧଡକ୍ ସେ କହିଯାଉଛି ସେହି ଅଭାବନୀୟ ମୁହୁର୍ତ୍ତର କଥା। ଜୀବନ ବୁଝିବାର ବୟସ ହୋଇନି , ଲଜ୍ଜା ସଂକୋଚ କଥା ବୁଝିବ ବା କେମିତି । ତଥାପି ତାକୁ ମନେ ପଡିଯାଉଛି ରାକ୍ଷସର ବର୍ବରରୂପ ।

vlcsnap-2016-08-25-09h47m37s638ଏ ନାବାଳିକାର ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଏକ ବସ୍ତିରେ । ଝିଅ ଦୁଷ୍କର୍ମର ଶୀକାର ହେବା ପରେ ପରିବାର ଲୋକେ ଯାଇଥିଲେ ଚନ୍ଦ୍ରଶେଖରପୁର ଥାନାକୁ । ଥାନାବାଲା ଏତଲା ପାଇ ଅନୁସନ୍ଧାନ ଆରମ୍ଭ କଲେ। ହେଲେ ଘଟଣାସ୍ଥଳକୁ ଯିବା ପରେ କହିଲେ , ଦୁଷ୍କର୍ମ ହୋଇଛି ଚନ୍ଦକା ଥାନା ଅଂଚଳରେ ।

vlcsnap-2016-08-25-09h47m10s373ଘର ଚନ୍ଦ୍ରଶେଖରପୁର ଅଂଚଳରେ ,ହେଲେ ଘଟଣା ଘଟିଛି ପାଚେରୀ ସେପାଖେ ଚନ୍ଦକା ଥାନା ଅଂଚଳରେ । ଥାନାବାବୁଙ୍କ ମୁହଁରୁ ଏକଥା ଶୁଣି ପୂରା ବସ୍ତି ତାତି ଉଠିଲା । ଅଭିଯୁକ୍ତକୁ ଧରି ,ପୂରା ବସ୍ତି ହାଜର ହୋଇଥିଲା ଚନ୍ଦ୍ରଶେଖରପୁର ଥାନାରେ ।

ଜଣେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଛି । ତାକୁ ମାନସିକ ଭାବେ ସହଯୋଗ ଯୋଗାଇ ଦେବା ପୁଲିସର କାମ । ହେଲେ ସୀମାର ଦ୍ୱାହି ଦେଇ ପୀଡିତାଙ୍କୁ ଫେରାଇ ଦେବା କେତେ ଯୁକ୍ତିଯୁକ୍ତ ।