ମାତିଲେ ଜନତା

32

ଜଗତସିଂହପୁର : ଆଶାନ୍ତ ଏରସମା । ଜଳିଲା ନିଆଁ । ଭାଂଗିଲା ପୋଲିସ ଗାଡି । ଥାନାରେ ବ୍ୟାପକ ଭଂଗାରୁଜା କରିଛନ୍ତି ଗ୍ରାମବାସୀ । ପଂଚାୟତ ସମିତି ସଭ୍ୟ ରଂଜନ ସ୍ୱାଇଁଙ୍କ ହତ୍ୟା ପ୍ରତିବାଦରେ ଦେଖା ଦେଇଛି ଉତେଜନା । ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଉତ୍ୟକ୍ତ ଗ୍ରାମବାସୀ ପ୍ରଥମେ ଏରସମା ଗାଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା କରିଥିଲେ । ପରେ ଥାନା ଘେରିଥିଲେ । ପୁଲିସ ଭ୍ୟାନ ଉପରକୁ ପଥର ମାଡ କରିଥିଲେ । ଅଭିଯୁକ୍ତଙ୍କ ଗିରଫ ସହ ଥାନାଧିକାରୀଙ୍କ ବଦଳି ଦାବିରେ ଅଡିବସିଥିଲେ ଉତ୍ୟକ୍ତ ଗ୍ରାମବାସୀ । ନ୍ୟାୟ ନମିଳିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାଇ ଦେଇଛନ୍ତି ଆନ୍ଦୋଳନକାରୀ ।

ଗତକାଲି ଗାଁରେ ପଂଚାୟତ ସମିତି ବୈଠକ ବସିଥିଲା । ଏଥିରେ ରାସନକାର୍ଡ ବଂଟନକୁ ନେଇ ବଚସା ହୋଇଥିଲା । ଘରକୁ ଫେରିବା ବେଳେ ରାତି ପ୍ରାୟ ସାଢେ ୮ ଟା ବେଳକୁ ରଂଜନଙ୍କୁ ଅପରହରଣ କରିନେଇଥିଲେ ଦୁବୃତ । ପରେ ଏକ ଅଜଣା ସ୍ଥାନରେ ରଖି ମାଡ ମାରିଥିଲେ । ରାତି ପ୍ରାୟ ୧୦ ରୁ ସାଢେ ୧୦ ଟା ମଧ୍ୟରେ ଘରକୁ ଫୋନ୍ କରିଥିଲେ ରଂଜନ । ତାଂକୁ ଅପରହରଣ କରି ମାଡମରାଯାଉଥିବା କହିଥିଲେ । ଏହାକୁ ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ବିଶେଷ ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୧୨ ଟାରେ ରଂଜନଙ୍କ ମୃତଦେହ ମିଳଥିିଲା । ଏରସମା-ଆମ୍ବିକି ରାସ୍ତା ତୁଳୁପଦା ପୋଲ ନିକଟରୁ ତାଂକ ମୃତଦେହ ପାଇଥିଲେ ଗ୍ରାମବାସୀ । ତେବେ ରଂଜନଙ୍କୁ ପ୍ରଥମେ ଏରସମା ଏବଂ ପରେ କଟକ ହସପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ । ପୋଲିସ ଅବହେଳା ଅଭିଯୋଗରେ ଆଜି ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।