ମଧ୍ୟପ୍ରଦେଶରେ ପରିବା ଶୋଭାଯାତ୍ରା, ବିଲାତିକୁ ଦିଆଗଲା କମାଣ୍ଡୋ ସୁରକ୍ଷା

170

କନକ ବ୍ୟୁରୋ : ମଧ୍ୟପ୍ରଦେଶର ରାୟସେନ ଠାରୁ ପରିବା ଦାମ ବୃଦ୍ଧିକୁ ନେଇ କଂଗ୍ରେସ ଏକ ନିଆରା ପ୍ରତିବାଦ କରିଛି । ଏହି କ୍ରମରେ କଂଗ୍ରେସ କର୍ମୀମାନେ କମାଣ୍ଡୋ ସୁରକ୍ଷା ସହ ଏକ ପରିବା ଶୋଭଯାତ୍ରା ବାହାର କରି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ନେତା କହିଛନ୍ତି କି ସରକାର ଦରବୃଦ୍ଧି ରୋକିବାରେ ବିଫଳ ହୋଇଛନ୍ତି । ଏନେଇ ଲୋକ ଚିନ୍ତିତ ଅଛନ୍ତି କାରଣ ରୋଜଗାର ତୁଳନାରେ ଖର୍ଚ୍ଚର ପରିମାଣ ବହୁତ ବୃଦ୍ଧି ପାଇଛି ।

ପ୍ରକୃତରେ ମହଙ୍ଗାମାଡ ଓ ପରିବାର ଦାମ ଯେଭଳି ଭାବେ ଆକାଶଛୁଆଁ ହୋଇଛି ତାହାକୁ ନେଇ କଂଗ୍ରେସ ତରଫରୁ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ଏକ ପରିବା ଶୋଭାଯାତ୍ରା ବାହାର କରି ପ୍ରତିବାଦ କରାଯାଇଥିଲା । ପରିବା ଦରବୃଦ୍ଧିକୁ ନେଇ କଂଗ୍ରେସର ଏଭଳି ନିଆରା ପ୍ରତିବାଦ ଦେଖିବାକୁ ଲୋକଙ୍କର ଭିଡି ଜମିଥିଲା । କଂଗ୍ରେସ କର୍ମୀମାନେ ଏକ ଟ୍ରଲିରେ ପରିବା ରଖି ତାହାକୁ କମାଣ୍ଡୋ ସୁରକ୍ଷାରେ ନେଇଯାଉଥିବାର ଦୃଶ୍ୟ ବେଶ୍ କୌତହଳ ସୃଷ୍ଟି କରିଥିଲା ।

ଏନେଇ ବ୍ଲକ କଂଗ୍ରେସ ଅଧ୍ୟକ୍ଷ ମନୋଜ ଅଗ୍ରୱାଲ କହିଛନ୍ତି କି ପରିବା ଦାମର ଅହେତୁକ ମୂଲ୍ୟ ବୃଦ୍ଧି କାରଣରୁ ସାଧାରଣ ଲୋକେ ଚିନ୍ତାରେ ପଡିଛନ୍ତି । ହେଲେ ଏନେଇ ସରକାର କୌଣସି ଉଚିତ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି । ଆଗାମୀ ଦିନରେ ଏହି ଦରବୃଦ୍ଧିର ଉଚିତ ଜବାବ ଭୋଟର ଦେବେ ବୋଲି ସେ କହିଛନ୍ତି ।