ଲଘୁଚାପର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ : ପ୍ରଭାବରେ ସାରା ରାଜ୍ୟରେ ଲଘୁଚାପ ବର୍ଷା ଜାରି

38

କନକ ବ୍ୟୁରୋ: ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି । ତେଣୁ ସାରା ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୧୧ ମିମି ବର୍ଷା ହୋଇଥିବା ବେଳେ ଭଦ୍ରକରେ ୮, ସୁନ୍ଦରଗଡ଼ରେ ୮, ଝାରସୁଗୁଡ଼ାରେ ୬, ସମ୍ବଲପୁରରେ ୪, କେନ୍ଦୁଝରରେ ୪, କୋରାପୁଟରେ ୪, ଦେଓଗଡ଼ରେ ୪, ନବରଙ୍ଗପୁରରେ ୪, ମୟୁରଭଞ୍ଜରେ ୪, ବାଲେଶ୍ୱର ୪, ରାୟଗଡ଼ାରେ ୩ ଓ କଳାହାଣ୍ଡିରେ ୨ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ଗତ କାଲି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୧୮.୦ଡିଗ୍ରି ସେଲସିୟସ୍ ରହିଛି ।

source : aajtak.in

ସେପଟେ ମହାନଦୀରେ ବନ୍ୟା ଆଶଙ୍କା । ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦର ୨୫ ଟି ଗେଟ୍ ଖୋଲିବା ନେଇ ସୂଚନା । ମହାନଦୀ ଅବବାହିକାରେ ଥିବା ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ବିଶେଷ କରି ମହାନଦୀ ଅଞ୍ଚଳର ତଳିଆ ବାସିନ୍ଦାଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଦେଇ ବର୍ଷାଜଳ ନିଷ୍କାସନ ହେଉଛି । ତେବେ ସମ୍ଭାବ୍ୟ ବନ୍ୟାନେଇ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ।