କେରଳର ବନ୍ୟା ବିପନ୍ନଙ୍କ ପାଇଁ ଆଗେଇ ଆସିଲା ଭାରତୀୟ ରେଳବାଇ : ବନ୍ୟା ପୀଡିତଙ୍କ ସହାୟତା ପାଇଁ ନିଜର ଗୋଟିଏ ଦିନର ବେତନ ଦାନ କରିବେ ରେଳ କର୍ମୀ
ରେଲୱେରେ କାମ କରୁଥିବା ପାଖାପାଖି ୧୩ ଲକ୍ଷ ରେଳବାଇ କର୍ମୀ ନିଜର ଗୋଟିଏ ଦିନର ବେତନ କେରଳର ବନ୍ୟା ପୀଡିତଙ୍କ ସହାୟତା ପାଇଁ ଦାନ କରିବେ । କେରଳରେ ବନ୍ୟାର ଭୟଙ୍କର ଦୁଃଖକୁ ଦେଖି ରେଳବାଇ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀ ସମସ୍ତ ରେଳବାଇ କର୍ମୀଙ୍କୁ ଏହି ମୁସ୍କିଲ ସମୟରେ କେରଳ ଲୋକଙ୍କ ସହାୟତା ପାଇଁ ଆଗକୁ ଆସିବା ପାଇଁ ଅପିଲ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କ ତରଫରୁ ଜାରି କରାଯାଇଥିବା ଅପିଲରେ ରେଳବାଇର ସମସ୍ତ କର୍ମୀଙ୍କ ଗୋଟିଏ ଦିନର ବେତନ ଦାନ କରାଯିବାର କଥା କୁହାଯାଇଛି । କିନ୍ତୁ ସମସ୍ତ କର୍ମୀଙ୍କୁ ଏହି ବିକଳ୍ପ ଦିଆଯାଇଛି ଯେ, ଯଦି ସେମାନେ ତାଙ୍କର ଗୋଟିଏ ଦିନର ବେତନ ଦେବାକୁ ଚାହୁଁ ନାହାଁନ୍ତି ବା ଦାନ ରାଶି କିଛି କମ୍ ଦେବାକୁ ଚାହୁଁଛନ୍ତି, ତେବେ ଏହା ପାଇଁ ଏକ ଆବେଦନ ପତ୍ର ସମ୍ବନ୍ଧିତ ବିଭାଗକୁ ଦେବାକୁ ପଡିବ । କର୍ମୀଙ୍କ ଅନୁରୋଧ ଆଧାରରେ ତାଙ୍କ ବେତନରୁ ଦାନ ଟଙ୍କା କଟାଯିବନି । ଯେଉଁ ରେଳ କର୍ମୀ କେରଳ ବନ୍ୟା ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆଶ୍ୱସ୍ଥି କୋଷରେ ଦାନ ଦେବେ ତାଙ୍କୁ ଆୟକର ଧାରା ୮୦(ଜି) ଅଧିନରେ ଆୟକରରେ ରିହାତି ମିଳିବ ।
କେରଳରେ ଆସିଥିବା ଭୟଙ୍କର ବନ୍ୟାକୁ ଧ୍ୟାନରେ ରଖି ରେଳବାଇ ବଡ ନିର୍ଣ୍ଣୟ ନେଇଛି । ରେଳବାଇ କେରଳ ପଠାଯାଉଥିବା ସାମଗ୍ରୀକୁ ଦେଶର କୈାଣସି ବି ସ୍ଥାନରୁ ରେଳଗାଡି ଜରିଆରେ କେରଳ ପଠାଇଲେ କୈାଣସି ବି ଶୁଳ୍କ ନ ନେବାର ନିର୍ଣ୍ଣୟ ନେଇଛି । କେରଳକୁ ଯାଉଥିବା କୈାଣସି ବି ରେଳଗାଡି ଜରିଆରେ ବିନା ଶୁଳ୍କରେ ସାମଗ୍ରୀ ପଠାଇବାର ବ୍ୟବସ୍ଥା ୩୧ ଅଗଷ୍ଟ ପର୍ଯ୍ୟନ୍ତ ଲାଗୁ ରହିବ ।