ମଣିପୁର ହିଂସା : ରିଲିଫ୍ କ୍ୟାମ୍ପରେ ଅସହାୟ ଲୋକଙ୍କୁ ଭେଟିବେ ରାହୁଲ ଗାନ୍ଧୀ । ଲୋକଙ୍କ ଦୁଃଖ ଶୁଣିଲେ, ଆଖିରୁ ଲୁହ ପୋଛିଦେଲେ

124

କନକ ବ୍ୟୁରୋ : ମଣିପୁର ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସର ମହାସଚିବ କେ.ସି ଭେଣୁଗୋପାଳ ବି ମଣିପୁର ଗସ୍ତରେ ଅଛନ୍ତି । ଆଜି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହିଂସା ନିୟନ୍ତ୍ରଣ ଉପରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ବିରେନ ସିଂ ଯଦି ଇସ୍ତଫା ଦିଅନ୍ତି, ତେବେ ବିଜେପି କାହାକୁ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତର ଦ୍ୱିତୀୟ ଦିନରେ ଆଜି ଦୁଇଟି ରିଲିଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ରିଲିଫ୍ କ୍ୟାମ୍ପର ପରିଦର୍ଶନ କରିବା ସହ ସେଠାରେ ରହୁଥିବା ପରିବାରଙ୍କ ସହ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି । ତେବେ ରିଲିଫ୍ କ୍ୟାମ୍ପରେ ୫୦ହଜାରରୁ ଅଧିକ ଲୋକ ଏବଂ ୩୦୦ରୁ ଅଧିକ ପରିବାର ରହୁଛନ୍ତି ।

ରିଲିଫ୍ କ୍ୟାମ୍ପରେ ରାହୁଲ ଗାନ୍ଧୀ ଲୋକଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀଙ୍କ କିଛି ଫଟୋକୁ ଟ୍ୱିଟ୍ କରି କଂଗ୍ରେସ ଲେଖିଛି । ପ୍ରେମ, ଭାଇଚାପା ଏବଂ ଶାନ୍ତିର ବାର୍ତ୍ତା ନେଇ ରାହୁଲ ଗାନ୍ଧୀ ମଣିପୁରରେ ପହଞ୍ଚିଛନ୍ତି । ଗତକାଲି ହିଂସାରେ ପୀଡିତ ଲୋକଙ୍କ ସହ ରାହୁଲ ଗାନ୍ଧୀ ଭେଟିଥିଲେ । ତାଙ୍କର ଦୁଃଖ ଶୁଣିବା ସହ ଅସହାୟଙ୍କ ଲୁହ ପୋଛି ଥିଲେ । ସାହସ ରଖିବା ପାଇଁ ଲୋକଙ୍କ କହିଥିଲେ ଏବଂ ସବୁ ଠିକ୍ ହୋଇଯିବ ବୋଲି ଲୋକଙ୍କୁ ଭରୋଷା ଦେଇଥିଲେ । ମଣିପୁରରେ ଘୃଣା ବିରୋଧରେ ପ୍ରେମର ଯାତ୍ରା ଏବେ ବି ଜାରି ରହିଛି ବୋଲି କଂଗ୍ରେସ ଟ୍ୱିଟରେ ଲେଖିଛି ।