କାଶ୍ମୀର ପ୍ରସଙ୍ଗରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧି । ଟ୍ୱିଟ୍ କରି ଲେଖିଲେ, ଏକପାଖିଆ ଭାବେ ସମ୍ଭବ ନୁହେଁ ଜାତୀୟ ଏକତା ।

646

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଗତକାଲିଠୁ ଚାଲିଥିବା ଚର୍ଚ୍ଚା ଆଲୋଚନା ଭିତରେ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଟ୍ୱିଟ୍ କରି ରାହୁଲ ଲେଖିଛନ୍ତି, ‘ଏକପାଖିଆ ଭାବେ ଜାତୀୟ ଏକତା ସମ୍ଭବ ନୁହେଁ । ଜାମ୍ମୁକାଶ୍ମୀରକୁ କାନ୍ଦିବା ପାଇଁ ଛାଡି ଦେଇ ନିର୍ବାଚିତ ଜନପ୍ରତିନିଧିଙ୍କୁ ଜେଲରେ ଭର୍ତ୍ତି କରି ଏବଂ ସମ୍ବିଧାନକୁ ଉଲ୍ଲଂଘନ କରି ଏହା ସମ୍ଭବ ନୁହେଁ । ଏହି ଦେଶ ଜାଗାକୁ ନେଇ ତିଆରି ହୋଇନି, ଲୋକଙ୍କୁ ନେଇ ତିଆରି ହୋଇଛି । ଲୋକଙ୍କୁ କନ୍ଦାଇ, ନେତାଙ୍କୁ ବନ୍ଦୀ କରି ସମ୍ବିଧାନଙ୍କୁ ଉଲ୍ଲଂଘନ କରି ଜାତୀୟ ଏକତା ସମ୍ଭବ ହୋଇପାରିବ ନାହିଁ ।’

ସେପଟେ ଆଜି ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଓ ଅମିତ ଶାହାଙ୍କ ଭିତରେ କଥା କଟାକଟି ହୋଇଥିଲା । ବିଲକୁ ଗୃହରେ ଉପସ୍ଥାପନ କରିବା ମାତ୍ରେ ଅଧିର ନିଜର ବକ୍ତବ୍ୟ ରଖିଥିଲେ । ସେ କହିଥିଲେ, କିଛି ନ ବୁଝି କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ହଟାଇ ଦେଇଛନ୍ତି । ଏଥିରେ ଅମିତ ଶାହା କହିଥିଲେ, କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ । ଦରକାର ପଡିଲେ ସେ କାଶ୍ମୀର ପାଇଁ ଜୀବନ ଦେଇଦେବେ ।