ମଣିପୁର ପ୍ରସଙ୍ଗରେ ସଂସଦରେ ଗର୍ଜିଲେ ରାହୁଲ ଗାନ୍ଧୀ । କହିଲେ, ସେନା ଗୋଟିଏ ଦିନରେ ମଣିପୁରରେ ଫେରାଇଆଣିବ ଶାନ୍ତି

182

କନକ ବ୍ୟୁରୋ : ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ନେଇ ଚାଲିଥିବା ବିତର୍କରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଗ ନେଇ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଲୋକସଭା ସାଂସଦ ପଦ ଫେରିପାଇବା ପରେ ପ୍ରଥମଥର ପାଇଁ ଆଜି ସେ ସଂସଦରେ ନିଜ ମତ ରଖିଛନ୍ତି । ପ୍ରଥମେ ସେ ଭାରତ ଯୋଡ ଯାତ୍ରାର ଅନୁଭୂୂତି ବାବଦରେ କହିବା ପରେ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି ।

ଋାହୁଲ ଗାନ୍ଧୀ ସାଂସଦ ପଦ ଫେରିପାଇବା ପୂର୍ବରୁ ଯେଉଁ ମଣିପୁର ଗସ୍ତ କରିଥିଲେ ତା ଉପରେ ନିଜର ଅନୁଭୂତି ବଖାଣିଛନ୍ତି । ଏହାସହ ମଣିପୁରରେ ଯେଭଳି ହିଂସା ଲାଗି ରହିଛି ଓ ହିଂସାକୁ ରୋକିବାରେ ସରକାର ବିଫଳ ହେଉଛନ୍ତି ତା ଉପରେ ରାହୁଲ ଗାନ୍ଧୀ ମତ ରଖିଛନ୍ତି । ସେ କହିଛନ୍ତି କି ମଣିପୁର ହିଂସାକୁ ରୋକିବାକୁ ହେଲେ କେବଳ ସେନା ବଳ ପ୍ରୟୋଗ ମାଧ୍ୟମରେ ଏହାକୁ ରୋକାଯାଇ ପାରିବ । ସେନା ଚାହିଁଲେ ଗୋଟିଏ ଦିନରେ ମଣିପୁରରେ ଶାନ୍ତି ଫେରିଆସିବ ବୋଲି ସେ କହିଛନ୍ତି ।

ଋାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି, ଭାରତ ମାତା ଏକ ସ୍ୱର, ଏହାକୁ ଶୁଣିବାକୁ ହେଲେ ଆମକୁ ଗର୍ବ ଓ ଘୃଣାକୁ ଛାଡିବାକୁ ପଡିବ ।