ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା : ୨୧ଶିକାରୀ ଗିରଫ, ୧୬୫ଟି ଦେଶୀ ବନ୍ଧୁକ ଜବତ; ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

133

କନକ ବ୍ୟୁରୋ : ଶିମିଳିପାଳ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନରେ ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା । ଫରେଷ୍ଟର ମାଥି ହାଁସଦାଙ୍କ ଶିକାରୀ ଗୁଳିରେ ମୃତ୍ୟୁ ଘଟିବା ପରେ ଜୁନ ୧୮ ତାରିଖରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଏଥିରେ ଜିଲ୍ଲାର ୧୪ଟି ଥାନାରେ ୨୧ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ୧୬୫ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି କାରଖାନା ମଧ୍ୟ ଜବତ କରାଯାଇଛି । ଏହା ସହିତ ୫୦୦ ଗନ ପାଉଡର, ବଜ୍ରକାପ୍ତା କାତି, ହରୀଣ ସକ୍ଟଦ୍ଭ ସହିତ ଅନେକ ଯନ୍ତ୍ରାଂଶ ମଧ୍ୟ ଜବତ କରିଛି ପୋଲିିସ । ଆଜି ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ବାରିପଦା ଗସ୍ତରେ ଅଛନ୍ତି । ଏହି ଅବସରରେ ଶିମିଳିପାଳ ସୁରକ୍ଷା ଉପରେ ନିଆଯାଇଥିବ ବିଭିନ୍ନ ପଦକ୍ଷେପ ଉପରେ ବନବିଭାଗ ସହ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସମୀକ୍ଷା କରୁଛନ୍ତି ।