ରାହୁଲଙ୍କୁ କଡା ଜବାବ ଦେଲେ ସ୍ମୃତି ଇରାନୀ: କହିଲେ, ମଣିପୁର ବିଭାଜିତ ନୁହେଁ, ଦେଶର ଅଭିନ୍ନ ଅଙ୍ଗ

168

କନକ ବ୍ୟୁରୋ: ସଂସଦ ଆରମ୍ଭରୁ ଆଜି ହଙ୍ଗାମା ଆରମ୍ଭ ହୋଇଛି । ପ୍ରଥମେ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ରାହୁଲ ଗାନ୍ଧୀ । ଏହାପରେ ସଂସଦରେ ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେଲେ ସ୍ମୃତି ଇରାନୀ । କହିଲେ, ତାଳି ମାରୁଥିବା କଂଗ୍ରେସ ମନରେ ରହିଛି ବେଇମାନୀ । ମଣିପୁର ବିଭାଜିତ ନୁହେଁ, ଏହା ଦେଶର ଅଭିନ୍ନ ଅଙ୍ଗ । କଂଗ୍ରେସ କଣ ଦେଶର ବିଭାଜନ ଚାହୁଁଛି କି? କଣ ଭାରତ କେବଳ ଉତ୍ତର ଭାରତର ବୋଲି ପ୍ରଶ୍ନ କଲେ ସ୍ମୃତି ଇରାନୀ ।

ସେହିପରି କାଶ୍ମୀର ପଣ୍ଡିତଙ୍କ ଉପରେ ବର୍ବରତାର କାହାଣୀ କହିଲେ ସ୍ମୃତି ଇରାନୀ । ଶିଖ ଦଙ୍ଗା ସମୟରେ ବର୍ବରତାର କଥା କହି କଂଗ୍ରେସକୁ ସେ ଟାର୍ଗେଟ କରିଛନ୍ତି । ସେ ଆହୁରି କହିଛନ୍ତି କି, କାଶ୍ମୀରରେ ଧାରା ୩୭୦ ହଟିବା ପରେ ଶାନ୍ତି ଫେରିଛି । ଯାହାର ଇତିହାସ ରକ୍ତରେ ରଙ୍ଗୀନ ସେମାନେ କଣ ନ୍ୟାୟ ଦେବେ । ସେମାନେ କହିଲେ ମଣିପୁର ହିଂସା ଉପରେ ଚର୍ଚ୍ଚା ହେଉ ଆମ ନେତା ବି ରାଜି ଥିଲେ ।