କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ହେଉଥିବା ଭାରତ ଯୋଡ଼ ଯାତ୍ରା ମହାରାଷ୍ଟ୍ରକୁ ଛୁଇଁ ସାରିଛି। କଂଗ୍ରେସ କର୍ମୀମାନେ ଏବେ ସୁଦ୍ଧା ଯାଇ ମହାରାଷ୍ଟ୍ରରେ ପହଞ୍ଚି ସାରିଲେଣି। ଏହି ଅବସରରେ ରାହୁଲ ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାରେ ପହଞ୍ଚି ସାରିଛନ୍ତି। ସେଠାରେ ରାହୁଲ ଗାନ୍ଧୀ ସାରା ରାତି ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ସେ ଶିଖ୍ ଧର୍ମୀମାନଙ୍କ ପାରମ୍ପରିକ ପୋଷାକ ପରିଧାନ କରିଥିବା ବି ଫଟୋରେ ନଜର ଆସିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ରାହୁଲ ଗାନ୍ଧୀ ଏକ ଟ୍ବିଟ୍ ପୋଷ୍ଟ୍ ଜରିଆରେ କହିଛନ୍ତି ଯେ ମହାରାଷ୍ଟ୍ରରେ ଯାତ୍ରାର ଆରମ୍ଭ ହୋଇସାରିଛି। ତାହା ସେ ଗୁରୁ ନାନକଙ୍କ ପ୍ରେମ, ଶାନ୍ତି ଓ ଭାଇଚାରା ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତ ଯୋଡ଼ ଯାତ୍ରା ପୂରା କରିବାର ସଂକଳ୍ପ ବି ନେଇଛନ୍ତି। ଏହା ଛଡ଼ା ରାହୁଲ ଦେଶବାସୀଙ୍କୁ ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ଆଜି ଗୁରୁ ନାନକ ଜୟନ୍ତୀ। ସେ ହେଉଛନ୍ତି ଶିଖ୍ ଧର୍ମର ପ୍ରତିଷ୍ଠାତା। ଶିଖ୍ ଧର୍ମୀମାନଙ୍କ ପାଇଁ ଗୁରୁ ନାନକ ଖୁବ୍ ଗୁରୁତ୍ବ ରଖନ୍ତି। ଗୁରୁ ନାନକ ତାଙ୍କର ପୂରା ଜୀବନକୁ ମାନବ କଲ୍ୟାଣ ଦିଗରେ ଶେଷ କରି ଦେଇଛନ୍ତି।