ଚନ୍ଦ୍ରଗ୍ରହଣ : କେଉଁ ରାଶି ପାଇଁ ଶୁଭ, କେଉଁ ରାଶି ପାଇଁ ଅଶୁଭ?

7,370

କନକ ବ୍ୟୁରୋ : ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ । ଗ୍ରହଣ ଲାଗୁଥିବାରୁ ହିନ୍ଦୁ ପରମ୍ପରା ଅନୁଯାୟୀ ଅନେକ ରୀତିନୀତି ରହିଛି । ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିଛି । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ ଯାଏଁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଗ୍ରହଣ ଯୋଗୁଁ ସୋମବାର ସାରାରାତି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଥିଲା ।

ଆଂଶିକ ଗ୍ରହଣ ୨ଟା ୩୮
ସଂପୂର୍ଣ୍ଣ ଗ୍ରହଣ ୩ଟା ୪୬
ସଂପୂର୍ଣ୍ଣ ଗ୍ରହଣ ଶେଷ ୫ଟା ୧୨
ଆଂଶିକ ଗ୍ରହଣ ଶେଷ ୬ଟା ୧୯
ପାକତ୍ୟାଗ ଭୋର ୫ଟା ୫୪

କେଉଁ ରାଶି ପାଇଁ ଶୁଭ ?
ବିଛା, ଧନୁ, କୁମ୍ଭ, ମୀନ
ମିଥୁନ, କର୍କଟ, ସିଂହ, ତୁଳା

କେଉଁ ରାଶି ପାଇଁ ଅଶୁଭ ?
ମେଷ, ବୃଷ, କନ୍ୟା, ମକର

– ୧ଘଣ୍ଟା ୧୨ ମିନିଟ୍ ୪୮ ସେକେଣ୍ଡ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ
– ଚନ୍ଦ୍ରଗ୍ରହଣକୁ ନେଇ ହିନ୍ଦୁ ଧର୍ମରେ ରହିଛି ଅନେକ କଟକଣା, ନୀତିକାନ୍ତି
– ଗ୍ରହଣ ସମୟରେ ଭୋଜନ ନିଷେଧ 
– ରୋଗୀ, ବୃଦ୍ଧ, ପିଲା ଓ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଲାଗୁ ହେବନି ନିୟମ
– ଗ୍ରହଣ ସମୟରେ ପଦାକୁ ବାହାରିବା ଅନୁଚିତ୍ ବୋଲି ରହିଛି ବିଶ୍ୱାସ