‘ମୁସଲିମ୍ ଲିଗ୍ ଏକ ଧର୍ମନିରପେକ୍ଷ ପାର୍ଟି’: ଆମେରିକାରେ ରାହୁଲଙ୍କ ବୟାନ ପରେ ବିଜେପି କହିଲା , ଏଭଳି କହିବା ତାଙ୍କର ଅସହାୟତା

246

କନକ ବ୍ୟୁରୋ: ବିଦେଶ ଗସ୍ତ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଦୀ ନିଜ ଦେଶକୁ ଓ ଶାସକ ଦଳକୁ ନେଇ ବିଭିନ୍ନ ପ୍ରକାର ଅଜବ ମନ୍ତବ୍ୟ ଦେବା ସବୁବେଳେ ଖବର ହୋଇଛି । ଏବେ ପୁଣି ଥରେ ଆମେରିକା ଗସ୍ତରେ ଥିବା ରାହୁଲ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଠିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ରାହୁଲ ଏଭଳି କଥା କହିଛନ୍ତି ଯାହାକୁ ନେଇ ଆରମ୍ଭ ହୋଇଛି ବଡ ବିବାଦ ।

ଆଇୟୁଏମଏଲ ସହ କଂଗ୍ରେସର ମେଣ୍ଟକୁ ନେଇ ପ୍ରଶ୍ନ କରାଯିବାରୁ ରାହୁଲ କହିଛନ୍ତି ଯେ, ମୁସଲିମ୍ ଲିଗ୍ ଏକ ନୀରପେକ୍ଷ ପାର୍ଟି । ଏଥିରେ ନନ୍ ସେକ୍ୟୁଲାର ବୋଲି କିଛି ନାହିଁ । ଏହାକୁ ନେଇ ପାଲଟା ଜବାବ ଦେଇଛି ବିଜେପି । ଜବାବରେ , ‘ମହମ୍ମଦ ଅଲ୍ଲି ଜିନ୍ନାଙ୍କ ମୁସଲିମ ଲିଗ୍ ପାର୍ଟି ଭାରତକୁ ଧାର୍ମିକ ଆଧାରରେ ଭାଗ ଭାଗ କରିବାରେ ଦାୟୀ । ସବୁ ଜାଣିବି ରାହୁଲ ମୁସଲିମ୍ ଲିଗ୍ ପାର୍ଟିକୁ ଏକ ନୀରପେକ୍ଷ ଦଳ ବୋଲି କହିବା ବାସ୍ତବିକ ଲଜ୍ଜାଜନକ ଏବଂ କଂଗ୍ରେସର ଅସହାୟତା ବୋଲି କହିଛନ୍ତି ବିଜେପି ବରିଷ୍ଠ ନେତା ଅମିତ ମାଲବୀୟ ।