ଜଗାକୁ ଛୁଇଁବେ ଜନତା ? ଚଳିତ ଥର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ

26

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଜଗାକୁ ଛୁଇଁବା ମନା । ଚଳିତ ଥର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ । ଏହାପରେ ଆରମ୍ଭ ହୋଇଛି ବିବାଦ । ଦଇତପତି ନିଯୋଗ ପକ୍ଷରୁ ପ୍ରଶାସନର ନିଷ୍ପତିକୁ ବିରୋଧ କରାଯାଇଛି । ଏନେଇ ଆସନ୍ତାକାଲି ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହାପରେ ଚୂଡାନ୍ତ ନିଷ୍ପତି ନେବ ଦଇତାପତି ନିଯୋଗ । ସ୍ନାନ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ନୀତି ନିର୍ଘଂଟ ପାଇଁ ନୀତି ସମନ୍ୱୟ କମିଟି ବୈଠକ ବସିଥିଲା । ଏଥିରେ ୧୧ଟି ନିଯୋଗର ସଭାପତି ଓ ସଂପାଦକ ଯୋଗଦେଇଥିଲେ । ତେବେ ବୈଠକକୁ ଦଇତାପତି ନିଯୋଗକୁ ଡକାଯାଇନଥିଲା । ନିଯୋଗର ଅନୁପସ୍ଥିତିରେ ପ୍ରଶାସନ ଏହି ନିଷ୍ପତି ନେଇଥିବାରୁ ଏହାକୁ ବିରୋଧ କରିଛନ୍ତି ଦଇତାପତି ।