ସୁରର ମଲ୍ଲିକା ତଥା ଅଲରାଉଣ୍ଡର ଆଶା ଭୋସଁଲେ । ଯିଏକି ନିଜ ଯାଦୁଗରୀ କଣ୍ଠ ଓ ସୁରର ସରଗମରେ ସମସ୍ତଙ୍କୁ ବାନ୍ଧି ରଖିପାରନ୍ତି, ୧୯୪୩ରୁ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ଆଶା ପାଖାପାଖି ୨୦ଟି ଭାରତୀୟ ଓ ବିଦେଶୀ ଭାଷାରେ ଗୀତ ଗାଇଛନ୍ତି । ଗିନିସ ବୁକ ଅଫ ୱାଲ୍ଡ ରେକର୍ଡ ଅନୁସାରେ ବିଶ୍ୱ ସଂଗୀତ ଇତିହାସରେ ଆଶା ସବୁଠୁ ଅଧିକ ଗୀତ ଗାଇଥିବା ଗାୟିକା । ବର୍ତମାନ ସୁଦ୍ଧା ୧୨ ହଜାରରୁ ଅଧିକ ଗୀତ ସେ ଗାଇଛନ୍ତି । ଦାଦା ସାହେବ ଫାଲକେ, ପଦ୍ମ ବିଭୂଷଣ, ଆଲଫା ଆୱାର୍ଡ, ଜାତୀୟ ଚଳଚିତ୍ର ପୁରସ୍କାର ଓ ଲାଇଫ ଟାଇମ ଆଚିଭମେଂଟ ପରି ଅନେକ ଆୱାର୍ଡରେ ସମ୍ମାନିିତ ହୋଇଛନ୍ତି ଆଶା ।
Kanak News is now on WhatsApp
Join and get latest news updates delivered to you via WhatsApp
ନିକଟରେ ବଲିଉଡ ଇଣ୍ଡଷ୍ଟ୍ରିରେ ବାୟୋପିକର ସିଜିନ ଚାଲିଥିବା ବେଳେ ଆଗାମି ଦିନରେ ଆଉ ଏକ ବାୟୋପିକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ସିଙ୍ଗର ଆଶା ଭୋସଁଲେଙ୍କ ଉପରେ ଏହି ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ତେବେ ଆଶାଙ୍କ ରୋଲ ପାଇଁ ପ୍ରିୟଙ୍କା ଚୋପ୍ରା ପର୍ଫେକ୍ଟ ବୋଲି ଆଶା କହିଛନ୍ତି । ପ୍ରିୟଙ୍କା ଜଣେ ସିଙ୍ଗର ଓ ସେ ଜଣେ ସିଙ୍ଗରର ଫିଲିଙ୍ଗସ କୁ ଠିକରେ ବୁଝି ପାରିବେ ବୋଲି ଆଶା କହିଛନ୍ତି ।
ଆଗରୁ ବହୁତ ବାୟୋପିକରେ ନିଜ ଅଭିନୟର ଯାଦୁ ଦେଖାଇଥିବା ପ୍ରିୟଙ୍କା ଏବେ ସୁରର ମଲ୍ଲିକା ଆଶାଙ୍କ ବାୟୋପିକରେ କେମିତି ଅଭିନୟ କରୁଛନ୍ତି ତାହା ଉପରେ ରହିବ ଦର୍ଶକଙ୍କ ନଜର ।