୩ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମ ଦିନରେ ଜର୍ମାନୀରେ ଭାରତୀୟ ସମୁଦାୟର ଭବ୍ୟ ସ୍ୱାଗତ

84

କନକ ବ୍ୟୁରୋ: ତିନି ଦିନିଆ ୟୁରୋପୀୟ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଗସ୍ତ ବେଳେ ମୋଦୀ ଜର୍ମାନୀ, ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କରିବେ । ମୋଦୀ ୟୁରୋପ ଗସ୍ତ ପୂର୍ବରୁ ଏକ ଟୁଇଟ୍ କରିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ତାଙ୍କର ୟୁରୋପ ଗସ୍ତ ଏହି ସମୟରେ ଯେଉଁସମୟରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଚାଲିଛି । ଏବଂ ୟୁରୋପୀୟ ଦେଶ ରୁଷ ବିରୋଧରେ ରହିଛନ୍ତି । ଏହି ଗସ୍ତ ବେଳେ ମୋଦୀଙ୍କର ୨୫ଟି ବୈଠକ ରହିଥିବା ବେଳେ ୮ ୟୁରୋପୀୟ ନେତାଙ୍କୁ ଭେଟିବେ । ଆଜି ମୋଦୀ ଜର୍ମାନୀରେ ପହଂଚିଛନ୍ତି ।

ରାଜଧାନୀ ବର୍ଲିନରେ ପହଁଚିବା ପରେ ଭାରତୀୟ ସମୁଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ହୋଟେଲ ଆଡଲୋନ କେମ୍ପିନସ୍କିରେ ପହଁଚିବା ପରେ ବନ୍ଦେ ମାତରମ୍ ଓ ଭାରତ ମାତାକି ଜୟ ନାରା ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଏହିସମୟରେ ସେଠାରେ ଉପସ୍ଥିତ ଥିବା କିଛି ଛୋଟ ପିଲାଙ୍କ ସହ କଥା ହୋଇଥିଲେ ମୋଦୀ । ଏକ ଛୋଟ ଝିଅ ମୋଦୀଙ୍କୁ ଆଙ୍କିଥିବା ତାଙ୍କର ଏଖ ଛବି ଉପହାର ଭାବେ ଦେଇଥିଲେ । ସେହିପରି ଏକ ଛୋଟ ବାଳକ ମୋଦୀଙ୍କ ପାଇଁ ଦେଶାତ୍ମବୋଧ ଗୀତ ଗାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଗୀତରେ ତାଳ ମିଶାଇ ଗାଉଥିବାର ଦେଖିବାକୁ ମିଳିଥିଲା । ତେବେ ଯୁଦ୍ଧ ପରିସ୍ଥିତିରେ ମୋଦୀଙ୍କ ୟୁରୋପ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି ।