ବିବାଦ ତେଜିବା ପରେ ନିଜ କଥାରୁ ପଛକୁ ହଟିଲେ ରାଜ୍ ଠାକରେ । ମସଜିଦ୍ ସାମ୍ନାରେ କରିବେନି ହନୁମାନ ଚାଳିଶା ପାଠ ।

198

କନକ ବ୍ୟୁରୋ: ଲାଉଡସ୍ପିକର ବିବାଦକୁ ନେଇ ମହାରାଷ୍ଟ୍ରରେ ରାଜନୀତି ତେଜିବା ପରେ, ଏବେ ନିଜ କଥାରୁ ପଛକୁ ହଟିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର ନେତା ରାଜ ଠାକରେ । ମସଜିଦ୍ ସାମ୍ନାରେ ଲାଉଡସ୍ପିକର ଲଗେଇ, ହନୁମାନ ଚାଳିଶା ପାଠ କରିବାକୁ ସେ ଯେଉଁ ଘୋଷଣା କରିଥିଲେ ଏବେ ସେ ଏପରି କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ରାଜ୍ ଠାକରେ ଉଦ୍ଧବ ସରକାରକୁ ଚ୍ୟାଲେଞ୍ଜ ଦେଇ କହିଥିଲେ । ମେ ୩ ତାରିଖ ପର୍ଯ୍ୟନ୍ତ ସେ ଚୁପ୍ ରହିବେ । ଆଉ ମେ ୪ ତାରିଖରେ ତାଙ୍କୁ କେହି ବି ଚୁପ୍ କରିପାରିବେ ନାହିଁ । ଲାଉଡସ୍ପିକରରେ ସେ ଦୁଇଗୁଣା ସାଉଣ୍ଡ ଦେଇ ହନୁମାନ ଚାଳିଶା ପାଠ କରିବେ ବୋଲି କହିଥିଲେ, ଯାହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।

ରାଜ୍ ଠାକରେଙ୍କ ଏହି ବୟାନକୁ ନେଇ ଏଆଇଏମଆଇଏମ୍ ନେତା ଅସଉଦ୍ଧିନ ୱବେସୀ ମଧ୍ୟ ତାଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ରାଜ୍ ଠାକରେଙ୍କ ଭାଷଣ ହିଂସାକୁ ଆମନ୍ତ୍ରଣ କରୁଛି । ପୋଲିସ ଏହାକୁ ଧ୍ୟାନରେ ନେଉନାହିଁ । ମହାରାଷ୍ଟ୍ରରେ ବଡ ନା ଜଣେ ବ୍ୟକ୍ତି ବଡ ବୋଲି ସେ ପ୍ରଶ୍ନ କରିଥିଲେ । ନବନୀତ୍ ରାଣାଙ୍କ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ହେଇପାରୁଛି, ତେବେ ରାଜ୍ ଠାକରେଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ରାଜ୍ ଠାକରେଙ୍କୁ ଜେଲରେ ଭର୍ତ୍ତି କରିଦିଆଯାଉ, ତାଙ୍କ ମୁଣ୍ଡ ଶାନ୍ତ ହେଇଯିବ ବୋଲି କହିଥିଲେ ୱବେସୀ ।