କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରେ ଲାଗିଛି । ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ବାଜପାୟୀଙ୍କ ଅବସ୍ଥା, ବିଗତ ୨୪ ଘଂଟା ଭିତରେ ଗମ୍ଭୀର ହୋଇ ପଡ଼ିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସ ପକ୍ଷରୁ ଜାରି ହୋଇଥିବା ହେଲ୍ଥ ବୁଲେଟିନରେ କୁହାଯାଇଛି ଯେ, ବାଜପାୟୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଏବଂ ତାଙ୍କୁ ଲାଇଭ୍ ସପୋଟ୍ ସିଷ୍ଟମରେ ଭେଂଟିଲେଟରରେ ରଖାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କିଡ୍ନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପାୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ଡିମେସିଆ ରୋଗରେ ପୀଡିତ ହୋଇ ଗତ ୨୦୦୯ ମସିହାରୁ ଅସୁସ୍ଥ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ । ସେଥିପାଇଁ ୨୦୦୯ ମସିହାରୁ ସେ ହ୍ୱିଲ ଚେୟାରରେ ଥିବା ଜଣାପଡିଛି ।
ବାଜପାୟୀଙ୍କ ଅସୁସ୍ଥ ଖବର ପାଇବା ପରେ ଏମ୍ସ ହସ୍ପିଟାଲ ଯାଇ ବାଜପେୟୀଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୪୫ ମିନିଟ୍ ଏମ୍ସ ହସ୍ପିଟାଲରେ ରହି, ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଖବର ନେଇଛନ୍ତି ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସ ଯାଇ କର୍ତ୍ତୃପକ୍ଷ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି । ପ୍ରାୟ ୧ଘଂଟାରୁ ଉର୍ଦ୍ଧ ସମୟ ଧରି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ୭ଜଣ ମନ୍ତ୍ରୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଦିଲ୍ଲୀ ଏମ୍ସରେ ପହଂଚି, ବାଜପାୟୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଖବର ବୁଝିଛନ୍ତି ।
ଲକ୍ଷ୍ନୌରୁ ୫ଥର ସାଂସଦ ଭାବରେ ନିର୍ବାଚନ ହୋଇଛନ୍ତି ବାଜପେୟୀ। ୧୯୯୧, ୧୯୯୬, ୧୯୯୮, ୧୯୯୯ ଏବଂ ୨୦୦୪ରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଅଣ କଂଗ୍ରେସ ନେତା ଭାବରେ ବାଜପେୟୀ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ସଂପୂର୍ଣ୍ଣ କାର୍ଯ୍ୟକାଳ ପୁରଣ କରିଛନ୍ତି । ୧୯୨୪ରେ ଭାରତ ଛାଡ ଆନ୍ଦୋଳନ ଜରିଆରେ ଦେଶର ରାଜନୀତିରେ ସାମିଲ ହୋଇଥିଲେ ବାଜପେୟୀ ।