‘ଭାରତରେ ଗରୀବ ସ୍ୱପ୍ନ ବି ଦେଖିପାରେ , ତାକୁ ପୂରଣ ବି କରିପାରେ’ । ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।
କନକ ବ୍ୟୁରୋ: ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଭାରତ ବର୍ଷରେ ଗଣତନ୍ତ୍ରର ମହତ୍ୱ ଓ ଜଣେ ଗରୀବର ଜୀବନ ଉପରେ ଆଲୋକପାତ କରିଛନ୍ତି ଦୌପଦୀ ମୁର୍ମୁ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସେ ଓଡିଶାର ଯେଉଁ ଏକ ଛୋଟ ପୃଷ୍ଠଭୂମିରୁ ଆସିଛନ୍ତି ସେଠି ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ବି କଷ୍ଟକର । ତଥାପି ଅନେକ ପ୍ରତିବନ୍ଧକ ସତ୍ତେ୍ୱ ତାଙ୍କର ସଙ୍କଳ୍ପ ଦୃଢ ରହିଛି । ଏବଂ ସେ କଲେଜରେ ଶିକ୍ଷା ପ୍ରାପ୍ତ କରିବାର ପ୍ରଥମ ଝିଅ ।ସେ ଜନଜାତି ସମାଜରୁ ଆସିଥିବା ଜଣେ ସାଧାରଣ ଝିଅ । ତଥାପି ତାଙ୍କ ଧୈର୍ଯ୍ୟ ଓ ଦୃଢ ସଙ୍କଳ୍ପ ପାଇଁ ସେ ଜଣେ ଜଣେ କାଉନସିଲରରୁ ଆଜି ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦ ଅଳଙ୍କୃତ କରିପାରିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଅନୁଭୂତି ନୁହେଁ ବରଂ ଦେଶର ଗଣତନ୍ତ୍ରର ଶକ୍ତି ତଥା ଭାରତ ବର୍ଷର ମହାନତା ବୋଲି କହିଛନ୍ତି ଦୌପଦୀ ମୁର୍ମୁ ।
ଏହା ଭାରତ ବର୍ଷର ଗଣତନ୍ତ୍ରର ଶକ୍ତି, ଯାହା ଆଦିବାସୀ ଅଧ୍ୟୁଷିତ ଇଲାକାର ଅତି ଗରୀବ ପରିବାରର ଜଣେ ଝିଅକୁ ଆଜି ଦେଶର ସର୍ବୋଚ୍ଚ ପଦରେ ପହଞ୍ଚାଇପାରିଛି । ରାଷ୍ଟ୍ରପତି ପଦରେ ପହଞ୍ଚିବା ତାଙ୍କର ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ ଭାରତର ପ୍ରତିଟି ଗରୀବର ଉପଲବ୍ଧି । ‘ଆଜିର ଦିନ ପ୍ରମାଣ କରୁଛି ଯେ, ଭାରତ ବର୍ଷରେ ଜଣେ ଗରୀବ ସ୍ୱପ୍ନ ଦେଖିପାରେ, ତାକୁ ପୂରଣ ବି କରିପାରେ’ ବୋଲି ସାରା ଦେଶବାସୀଙ୍କୁ ଆଜି ବାର୍ତ୍ତା ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।