ସୁପ୍ରିମକୋର୍ଟରେ ପୋଲାଭରମ ମାମଲା ! ଆଜି ଓଡ଼ିଶା କରିଥିବା ଆବେଦନର ଶୁଣାଣି

25

କନକ ବ୍ୟୁରୋ : ଆଜି ପୋଲାଭରମ୍ ମାମଲାର ଶୁଣାଣି । ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗରେ ଓଡିଶା କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ । ପୋଲାଭରମ୍ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତାକୁ ବିରୋଧ ମାମଲାରେ ଏହି ଶୁଣାଣି ହେବ । ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଗତ ଶୁକ୍ରବାର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ପାଇଁ ଓକିଲ ରାଧେଶ୍ୟାମ ଜେନା ଆବେଦନ କରିଥିଲେ । ୨୦୧୬ ଅକ୍ଟୋବର ପହିଲାରେ ରାଜ୍ୟ ସରକାର ପିଟିସନ୍ ଦାଖଲ କରିଥିଲେ । ଜଣାଶୁଣା ଓକିଲ ଗୋପାଳ ସୁବ୍ରମଣ୍ୟମ୍ ଓଡିଶାର ପକ୍ଷ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି ।