କଦଳୀ ଖାଇ ଚୋପା ଫୋପାଡ଼ି ଦେଉଛନ୍ତି କି ? ତେବେ ଜାଣନ୍ତୁ କଦଳୀ ଚୋପାର କିଛି ସ୍ୱତନ୍ତ୍ର ଗୁଣ ସମ୍ମନ୍ଧରେ
କଦଳୀ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । କଦଳୀ ଯେତିକି ସୁସ୍ୱାଦୁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ହିତକର । କଦଳୀ ଏପରି ଏକ ଫଳ ଯାହା ପ୍ରତିନିଦ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ । ଫଳ ମଧ୍ୟରୁ କଳଦୀ ଏକ ଭିନ୍ନ ଫଳ । ସବୁ ସମୟରେ ବେଶ୍ ସହଜରେ ଉପଲବ୍ଧ ହୋଇଥାଏ କଦଳୀ ।
Kanak News is now on WhatsApp
Join and get latest news updates delivered to you via WhatsApp
କଦଳୀରେ ଭିଟାମିନ୍, ମିନେରାଲ୍ସ, କ୍ୟାଲସିୟମ, ପ୍ରୋଟିନ୍ ଭରପୁର ମାତ୍ରରେ ଥାଏ । ଏହା ଶରୀର ପାଇଁ ବହୁତ ଆବଶ୍ୟକ ଜିନିଷ । କିନ୍ତୁ ଆପଣ ଜାଣିଛନ୍ତି କି ? କେବଳ କଳଦୀ ଖାଇବା ଦ୍ୱାରା ହିଁ ଲାଭ ମିଳିନଥାଏ, କଦଳୀ ଚୋପାରେ ବି ବିଭିନ୍ନ ପ୍ରକାର ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବ ନିଶ୍ଚିତ କିନ୍ତୁ ଏହା ସତ । କାରଣ ପ୍ରାୟ ସମସ୍ତେ କଦଳୀ ଖାଇବା ପରେ ଚୋପାକୁ ଅଦରକାରୀ ଭାବି ଫୋପାଡ଼ି ଦିଅନ୍ତି । ଖୁବ ଅଳ୍ପ ଲୋକେ ଜାଣନ୍ତି କଦଳୀ ଚୋପାରେ ଥାଏ ଅନେକ ଉପକାରୀ ଗୁଣ । ତେବେ ସତେଜ୍ କଦଳୀ ଚୋପାକୁ ବ୍ୟବହାର କଲେ ଶିଘ୍ର କାମ ଦେଇଥାଏ । ଆସନ୍ତୁ ଜାଣିବା କଦଳୀ ଚୋପାକୁ କିପରି ଓ କେଉଁ କେଉଁ ଦିଗରେ ବ୍ୟବହାର କରିବେ ।
– ଦାନ୍ତକୁ ସଫା କରିବା ପାଇଁ ଆମେ କଦଳୀ ଚୋପାକୁ ବ୍ୟବହାର କରିପାରିବା । କଦଳୀ ଚୋପାର ଭିତର ଭାଗକୁ ଦାନ୍ତରେ ରଗଡ଼ିବା ଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୁଏ । କଦଳୀ ଚୋପରେ ଥିବା ସାଇଟ୍ରିକ୍ ଏସିଡ଼୍ ହଳଦିଆ ଦାନ୍ତରୁ ରକ୍ଷା କରେ । ଏହା ବ୍ୟତୀତ ଦାନ୍ତ ମାଢିରେ କଦଳୀ ଚୋପା ଘଷିଲେ ପାଇରିଆ ଓ ଅନେକ ଦାନ୍ତ ସମମନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।
– କଦଳୀ ଚୋପା ତ୍ୱଚା ପାଇଁ ମଧ୍ୟ ବେଶ୍ ଉପକାରୀ । ଏଥିପାଇଁ କଦଳୀ ଚୋପାର ଚିମୁଟାଏ ହଳଦୀ ଓ ମହୁୁ ମିଶାନ୍ତୁ । ପ୍ରତିଦିନ ଏହି ମିଶ୍ରଣକୁ ତ୍ୱଚାରେ ଲଗେଇବା ତା’ହେଲେ ଆପଣଙ୍କ ମୁହଁର ବା ବେକରେ ଥିବା ବ୍ରଣ ଦାଗ ଦୂର ହୋଇଯିବ । ଯାହାଦ୍ୱାରା ଆପଣଙ୍କ ଚେହେରାରେ ଚମକ୍ ଆସିବା ସହ ଏବଂ ତ୍ୱଚା ସଫା ଦେଖାଯିବ ।
– ବେଳେ ବେଳେ ଆଘାତ ଲାଗି ଶରୀରର କିଛି ଅଂଶରେ ନୀଳ ରଙ୍ଗ ପଡ଼ିଯାଏ । ଯାହାଦ୍ୱାରା ବହୁତ କଷ୍ଟ ଅନୁଭବ ହୁଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କଦଳୀ ଚୋପାକୁ ନୀଳ ପଡ଼ିଥିବା ସ୍ଥାନରେ ପାଖାପାଖି ୩୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏପରି କିରବା ଦ୍ୱାରା ପୀଡା କମିଯିବ । ଏହା ବ୍ୟତୀତ କୀଟପତଙ୍ଗ କାମୁଡ଼ିବା କିମ୍ବା ଲାଗିବା ଦ୍ୱାରା ଯଦି ଆପଣଙ୍କ ଶରୀରରେ କିଛି ଦାଗ ହୁଏ ତା’ହେଲେ ବି କଦଳୀ ଚୋପାର ଉପଯୋଗ କରନ୍ତୁ ।
– ଆପଣଙ୍କ ଶରୀରରେ ଭାତୁଡି ବାହାରୁଛି କି ? ଏହି ସମ୍ୟାରୁ ରକ୍ଷା ପାଇବା ପାଇଁ ରାତିରେ ଶୋଇବା ସମୟରେ କଦଳୀ ଚୋପା ରଖି ତା’ ଉପରେ ଏକ କପଡା ମଧ୍ୟ ବାନ୍ଧିଦେବେ । ସକାଳେ ଉଠିଲା ବେଳକୁ ଆପଣଙ୍କ ଭାତୁଡ଼ି ଭଲ ହୋଇଯାଇଥିବ ।
– କିଛି କଦଳୀ ଚୋପାକୁ ଅଣ୍ଡାର କେଶର ସହ ମିଶାଇ ମୁହଁରେ ଲଗାନ୍ତୁ । ନିୟମିତ ଏପରି କରିବା ଦ୍ୱାରା ବୟସାଧିକ ଯୋଗୁଁ ସୃଷ୍ଟି ହେଉଥିବା କୁଞ୍ଚିତ ରେଖା କମ ହେବ । ଅପାଣ ଯୁବା ଦେଖାଯିବେ ।
– ଏହା ବ୍ୟତୀତ ମୁହଁରେ ହେଉଥିବା କଳା ଦାଗ ହେଉଥିଲେ କଦଳୀ ଚୋପା ମଧ୍ୟ ବେଶ ଦରକାରୀ । ଏଥିପାଇଁ ମଧ୍ୟ କଳଳୀ ଚୋପାକୁ ଅଣ୍ଡାର ଧଳା ଅଂଶ ସହ ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ । ଆଉ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ । ଏମିତି କଲେ ଆପଣଙ୍କ କଳାଦାଗ ଜଲଦି ଦୂର ହୋଇଯିବ ।
– କୋ÷ଣସି କାରଣରୁ ଶରୀର କୁଣ୍ଡେଇ ହେଲେ ମଧ୍ୟ ଉକ୍ତ ସ୍ଥାନରେ କଳଦୀ ଚୋପା ଲଗାନ୍ତୁ । ଯାହାଦ୍ୱାରା କୁଣ୍ଡେଇ ହେବା କମିଯିବ ।