କଂଗ୍ରେସକୁ ଟାଗେର୍ଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରିବାରବାଦ ରାଜନୀତିକୁ କଟାକ୍ଷ ।

160

କନକ ବ୍ୟୁରୋ: ବଂଶବାଦ ରାଜନୀତି ଯେଉଁଠୁ ଆରମ୍ଭ ହୁଏ ସେଇଠି ହିଁ ଶେଷ ହୋଇଯାଏ । ନାଁ ନ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜସ୍ଥାନ ଜୟପୁରରେ ଏକ କାର୍ଯ୍ୟକ୍ରମରେ ଭାର୍ଚ୍ଚୁଆଲ ମାଧ୍ୟମରେ ଯୋଗଦେଇ ଏଭଳି କହିଛନ୍ତି ମୋଦୀ । ବଂଶବାଦ ରାଜନୀତି ଦେଶର ବିକାଶ କରିବା ବଦଳରେ ବିପରୀତଗାମୀ କରୁଛି ।  ବଂଶବାଦ ରାଜନୀତି ଏକ ଏଭଳି ରାଜନୀତି ଯାହା ପରିବାରରୁ ଆରମ୍ଭ ହୁଏ ଓ ପରିବାରରେ ଶେଷ ହୁଏ ବୋଲି କହି କଂଗ୍ରେସ କୁ ଟାର୍ଗେଟ କରିଛନ୍ତି ମୋଦି । ତେଣୁ ବଂଶବାଦ ବିହୀନ ରାଜନୀତି ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଦଳୀୟମକର୍ମୀଙ୍କୁ ପରାର୍ମଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ବଂଶବାଦର ରାଜନୀତି ଦେଶରେ ଭ୍ରଷ୍ଟାଚାର ସୃଷ୍ଟି କରେ । ତେଣୁ ଦେଶର ସୁରକ୍ଷା ପାଇଁ ଏହା ବିରୋଧରେ ଲଢେଇ ଜାରି ରଖିବାକୁ ହେବ ।

ଦଳୀୟ କର୍ମୀ ଓ ନେତାଙ୍କୁ  ସମ୍ବୋଧିତ କରି ଦେଶର ବିକାଶ କଥା କହିବା ସହ କିଭଳି ଆଗାମୀ ୨୫ବର୍ଷର ରଣନୀତି ପ୍ରସ୍ତୁତ କରାଯିବ ସେ ବିଷୟରେ ଗୁରୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ବିଜେପି ସରକାରଙ୍କ ୮ବର୍ଷର ଶାସନକାଳର ରିପୋର୍ଟ କାର୍ଡ ଉପସ୍ଥାପନ କରି ମୋଦି କହିଛନ୍ତି ବିଜେପି ନେତୃତ୍ୱଧୀନ ଏନଡିଏ ସରକାର ୮ବର୍ଷ ଧରି ଦେଶର ସମତୁଲ ବିକାଶ,ସାମାଜିକ ନ୍ୟାୟ ଓ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛି । ୨୦୧୪ ପରେ ସରକାରଙ୍କ ଉପରେ ଦେଶବାସୀଙ୍କ ବିଶ୍ୱାସ ବଢିଛି ।

କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ପଦ୍ମ ଫୁଟାଇବାକୁ ନିଜର ପ୍ରୟାସକୁ ଜୋରଦାର କରୁଛି ବିଜେପି । କିଛି ଦିନ ପୂର୍ବରୁ କଂଗ୍ରେସ ଚିନ୍ତନ ବୈଠକ କରି ଦଳୀୟନେତା ଓ କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଥିବାବେଳେ ଏବେ ବିଜେପି ମଧ୍ୟରେ ନିଜ କସରତ ଆରମ୍ଭ କରିଛି