ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆବଶ୍ୟକ ନାହିଁ ଡିଗ୍ରୀ ସାର୍ଟିଫିକେଟ୍, ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଜରିମାନା ଲଗାଇଲେ ଗୁଜରାଟ ହାଇକୋର୍ଟ

1,176

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଗିବା ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଭାରି ପଡିଛି । ଏନେଇ ଗୁଜରାଟ ହାଇକୋର୍ଟରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆବେଦନ କରିଥିଲେ । ଏହି ଆବେଦନର ଶୁଣାଣି ଆଜି ଗୁଜରାଟ ହାଇକୋର୍ଟରେ ହୋଇଛି । ଶୁଣାଣି ବେଳେ କୋର୍ଟ କହିଛନ୍ତି ପ୍ରାଧାନମନ୍ତ୍ରୀ ପଦପାଇଁ ଗ୍ରାଜୁଏସନ ଡିଗ୍ରୀର କୌଣସି ଆବଶ୍ୟକତା ନାହିଁ । ବିଚାପତି ଜ୍ମୃିସ ବିରେନ ବୈଷ୍ଣବଙ୍କ ତରଫରୁ ମୁଖ୍ୟ ସୂଚନା ଆୟୋଗଙ୍କ ଏହି ଆଦେଶକୁ ରଦ୍ଦ କରିଦେଇଛନ୍ତି । ଏଥିରେ ମୁଖ୍ୟ ସୂଚନା ଆୟୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ , ଗୁଜରାଟ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପିଆଇଓଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟ୍ ସାର୍ବଜନୀନ କରିବାକୁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିବା ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କୋର୍ଟ ୨୫ହଜାର ଟଙ୍କା ଜରିମାନା ଲଗାଇଛନ୍ତି ।

ସେପଟେ ଗୁଜରାଟ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ କଡା ପ୍ରତିକ୍ରିୟା ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି “କ’ଣ ଦେଶବାସୀଙ୍କ ଅଧିକାରୀ ନାହିଁ କି ପ୍ରଧାନମନ୍ତ୍ରୀ କେତେ ପାଠ ପଢିଛନ୍ତି ତାହା ଜାଣିବା ପାଇଁ” । ଏହାସହ ସେ କୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ମାଗିଲେ କୋର୍ଟ ଏହାର ବିରୋଧ କାହିଁକି କରୁଛି । ଏହାସହ କେଉଁ ଆଧାରରେ ଆବେଦନକାରୀଙ୍କ ଉପରେ କୋର୍ଟ ଜରିମାନା ଲଗାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ କେଜ୍ରିୱାଲ ପୁଣି କହିଛନ୍ତି କି ଅଶିକ୍ଷିତ କିମ୍ବା ଅଳ୍ପ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶପାଇଁ ହାନିକାରକ  ।

ସୂଚନା ଥାଉକି,ଗୁଜରାଟ ବିଶ୍ୱବିଦ୍ୟାଳୟ ହାଇକୋର୍ଟରେ ଏକ ଆବେଦନ କରି ସୂଚନା ଅଧିକାର ଆଇନ ବଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ସାର୍ଟିଫିକେଟ ଅରବିନ୍ଦ କେଜ୍ରିୱାଲଙ୍କୁ ଉପଲବ୍ଧ କରାଇବା ଆଦେଶକୁ ରଦ୍ଦ କରିବାକୁ ଅନୁରୋଧ କରାଯାଇଥିଲା ।