ଭୁଟାନର ରୟାଲ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର : ଚାପରେ ନରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ, ବଖାଣିଲେ ଭୁଟାନ-ଭାରତ ସମ୍ପର୍କର କଥା

135

କନକ ବ୍ୟୁରୋ : ଦୁଇ ଦିନିଆ ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତର ଦ୍ୱିତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ଥିମ୍ପୁରେ ଥିବା ରୟାଲ ୟୁନିଭର୍ସିଟିରେ ଯୋଗଦେଇଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧନ କରି କହିଛନ୍ତି ତୁମମାନଙ୍କ ମଧ୍ୟରୁ ଦିନେ ନା ଦିନେ କିଏ ଇଂଜିନିୟର, ବୈଜ୍ଞାନିକ ବନିବ । ଚାପରେ ନରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସବୁ ଚ୍ୟାଲେଞ୍ଜର ସାମ୍ନା କରିପାରିବେ ଛାତ୍ରଛାତ୍ରୀ । ୨ ଦେଶକୁ ଗୌତମ ବୁଦ୍ଧଙ୍କ ଆଶିର୍ବାଦ ରହିଛି । ଭୁଟାନ ଓ ଭାରତୀୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି ବୋଲି କହିଛନ୍ତି ମୋଦି ।

ଏହାବ୍ୟତୀତ ମୋଦି କହିଛନ୍ତି ଭାରତରେ ପୂର୍ବାପେକ୍ଷା ଦ୍ରୁତ ବେଗରେ ଦାରିଦ୍ର୍ୟ ଦୂରେଇ  ନିର୍ମାଣ ବେଗ ଗତ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି । ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମର ନିବାସ । ଆୟୁଷ୍ମାନ ଭାରତ ୫୦୦ ନିୟୁତ ଭାରତୀୟଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରତିଶ୍ରୁତି ଦେଇଛି । ବିଶ୍ୱରେ ସବୁଠୁ ଶସ୍ତା ଡାଟା ସଂଯୋଗକାରୀଙ୍କ ମଧ୍ୟରେ ରହିଛି । ଏହାଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ କୋଟି କୋଟି ଲୋକ ଶସକ୍ତ ହେଉଛନ୍ତି ।

ଦୁଇ ଦେଶର ମିତ୍ରତା ପ୍ରସଙ୍ଗରେ ମୋଦି କହିଲେ ଭୁଟାନବାସୀ ଏବଂ ଭାରତବାସୀ ପରସ୍ପରଙ୍କ ସହ ନିବିଡ଼ତା ଅନୁଭବ କରୁଛନ୍ତି ।  ଆମର କେବଳ ନିବିଡ଼ତା ଭୌଗୋଳିକସ୍ଥିତି ପାଇଁ ନୁହେଁ। ଆମ ଇତିହାସ, ସଂସ୍କୃତି ଏବଂ ଆଧ୍ୟତ୍ମିକ ପରମ୍ପରା ଦୁଇ ଦେଶବାସୀଙ୍କ ମଧ୍ୟରେ ଅଭିନବ ଏବଂ ଦୃଢ଼ ବନ୍ଧନ ସୃଷ୍ଟି କରିଛି ।

ସେପଟେ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ଟି ପ୍ରକଳ୍ପ ଉପରେ ସ୍ୱାକ୍ଷର କରିଛନ୍ତି । ଏହି ଏମଓୟୁଗୁଡ଼ିକ ମୋଦି ଓ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଂଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଥିଲା । ସିଂଗାପୁର ପରେ ୨ୟ ଦେଶଭାବେ ଭୁଟାନରେ ରୁପେ କାର୍ଡ ଲଞ୍ଚ କରାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ଉଭୟ ଦେଶ ମଧ୍ୟରେ ସଂପର୍କକୁ ମଜବୁତ କରିବା ପାଇଁ ମୋଦୀ ଭୁଟାନ ଗସ୍ତ କରିଛନ୍ତି ।