କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ଜନ୍ମ ଗ୍ରହଣ କରିଥିବା ମୋଦି ୬୭ ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନରେ ଦେଶ ବିଦେଶରୁ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରତିବର୍ଷ ପରି ଆଜି ମଧ୍ୟ ମୋଦି ସକାଳୁ ନିଜ ମାଙ୍କୁ ଭେଟି ଆର୍ଶୀବାଦ ନେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜନ୍ମଦିନ ଅବସରରେ ଆଜି ମୋଦି ଦିବ୍ୟାଙ୍ଗଙ୍କୁ ଭେଟି ୧୧ ହଜାର ଉପକରଣ ବାଂଟିବା ସହ ଦିବ୍ୟାଙ୍ଗଙ୍କ ସଭାକୁ ସମ୍ବୋଧନ କରିବେ । ୧୭ ବର୍ଷ ବୟସରେ ମୋଦି ଘର ଛାଡିଥିଲେ । ଏହା ପରେ ଆରଏସଏସର କର୍ମକର୍ତା ଭାବେ କାମ କରିବା ପରେ ୨୦୦୦ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଲଗାତାର ୧୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ୨୦୧୪ ନିର୍ବାଚନରେ ଦୀର୍ଘସମୟ ଧରି ବିଜେପିର ନିର୍ବାଚନ ପ୍ରଚାର ଦାୟିତ୍ୱ ସମ୍ଭାଳିବା ପରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଭୂମିକା ଅତୁଳନୀୟ ।
ରେଡିଓରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଆଜି ତାଂକୁ ଘରେ ଘରେ ପହଁଚାଇଛି । ମୋଦିଙ୍କ ଜନଧନ, ବେଟି ବଚାଓ ବେଟି ପଢାଓ, ଷ୍ଟାର୍ଟଅପ୍ ଇଣ୍ଡିଆ ଓ ସ୍ମାର୍ଟ ସିଟି ଭଳି ଯୋଜନା ଦେଶ ଗଠନ ପାଇଁ ଗୋଟିଏ ଗୋଟିଏ ବିକାଶର ଚିତ୍ର। ୬୭ ବର୍ଷ ବୟସରେ ବି କେବେ ଥକି ପଡନ୍ତିନି ମୋଦି । ଏବେ ବି ବିନା ପ୍ରସ୍ତୁତିରେ ଘଂଟା ଘଂଟା ଉଦବୋଧନ ଦିଅନ୍ତି । ବିଦେଶରେ ଥିବା ଭାରତୀୟଙ୍କ ପାଖରେ ବି ମୋଦି ହୋଇ ପାରିଛନ୍ତି ଜଣେ ପ୍ରିୟ ରାଜନେତା ।