ଆଜି ବି ସୁଧୁରୁନି ଗମନାଗମନ ବ୍ୟବସ୍ଥା: ଗଜପତି ମୋହନାରେ ପାଣି ପାରି ହେବା ପାଇଁ ପ୍ଲାଷ୍ଟିକ ଦଉଡି ଭରସା 

114

କନକ ବ୍ୟୁରୋ: ପୋଲ ନଥିବାରୁ ଦଉଡ଼ି ସାହା ଭରଷା। ଉଛୁଳା ନଦୀ ଉପରେ ଗାଁକୁ ଗମନାଗମନର ମାଧ୍ୟମ ପାଲଟିଛି ପ୍ଲାଷ୍ଟିକ ରସି। ନାଳ ଦୁଇପାର୍ଶ୍ବରେ ଥିବା ଗଛକୁ ପ୍ଲାଷ୍ଟିକ ଦଉଡି ବନ୍ଧାଯାଇଥିବା ବେଳେ ଗମନାଗମନ ପାଇଁ ଅଞ୍ଚଳବାସୀଙ୍କ ବାଜିରେ ଲଗାଉଛନ୍ତି ଜୀବନ। ଏପରିକି ପିଲାଠାରୁ ବୟସ୍କ ପର୍ୟ୍ୟନ୍ତ ପାହଡିଆ ଉଛୁଳା ନାଳ ପାର ହେବା ପାଇଁ ରସିକୁ ଧରି ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକରୁ ଅତିନିକଟରେ ଥିବା ମେରାପଲ୍ଲି ପଞ୍ଚାୟତ ଚାମକୁଣ୍ଡା ଗ୍ରାମରେ। ଅସରାଏ ବର୍ଷା ହେଲେ ପ୍ରବାହିତ ପାହାଡିଆ ନାଳରେ ଜଳସ୍ତର ବୃଦ୍ଧି ପାଉଛି। ଫଳରେ ଚାମକୁଣ୍ଡା ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡେ। ଏସଂପର୍କରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପିଣ୍ଟୁପ୍ରଧାନ।