ମେଘାଳୟ ହାଇକୋର୍ଟ ରଦ୍ଦ କଲେ ପୋକ୍ସୋ ମାମଲା । କହିଲେ, ୧୬ ବର୍ଷ ବୟସ ହୋଇଥିଲେ ନେଇପାରିବେ ଶାରୀରିକ ସଂପର୍କ ନିଷ୍ପତ୍ତି

1,018

କନକ ବ୍ୟୁରୋ : ମେଘାଳୟ ହାଇକୋର୍ଟ ଜଣେ ୧୬ବର୍ଷିୟ ନାବାଳକ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାରେ ବଡ ଯୁକ୍ତି ଦେଇ ନିଷ୍ପ୍ତି ଶୁଣାଇଛନ୍ତି । ହାଇକୋର୍ଟ ତରଫରୁ ନାବାଳକଙ୍କ ବିରୋଧରେ ଆସିଥିବା ଯୌନ ଅପରାଧ ଅପରାଧ ମାମଲାକୁ ପୋକ୍ସୋ ଅଧିନିୟମ ୨୦୧୨ର ଧାରା ୩ ଓ ୪ କ୍ରମରେ ମାମଲାକୁ ରଦ୍ଦ କରିବା ସହ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି କି ୧୬ ବର୍ଷର କିଶୋର ଯୌନ ସଂପର୍କ ସ୍ଥାପନ କରିବା ନେଇ ସଠିକ ନିର୍ଣ୍ଣୟ ନେବାକୁ ସକ୍ଷମ ଅଟନ୍ତି । ମେଘାଳୟ ହାଇକୋର୍ଟ କହିଛନ୍ତି କି, ଏହି ଆଇନ ସ୍ପଷ୍ଟ ଭାବେ ଦର୍ଶାଉଛି କି ଏହା ସେହି ମାମଲାଗୁଡିକୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁନାହିଁ ଯେଉଁଠାରେ ପୁଅ ଏବଂ ଝିଅ ପ୍ରେମ ସଂପର୍କରେ ସଂପୃକ୍ତ ଅଛନ୍ତି ।

ଅଭିଯୋଗ ମୁତାବକ ଜଣେ ନାବାଳକ ପୁଅ ସହ ଶାରୀରିକ ସଂପର୍କ ରଖିଥିବା ଝିଅ ଜଣକ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହି ମାମଲାର ଶୁଣାଣି ମେଘାଳୟ ହାଇକୋର୍ଟରେ ହୋଇଥିଲା । ସୂଚନା ମୁତାବକ ଅଭିଯୋଗକାରୀ ନାବାଳିକା ଜଣଙ୍କ ସେହି ପୁଅର ଘରେ କାମ କରୁଥିଲା । ସେଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହି ପ୍ରେମ ସଂପର୍କ ମଧ୍ୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ମଧ୍ୟ ରହିଥିଲା । ଏ ସଂପର୍କରେ ନାବାଳିକାର ମା ଜାଣିବା ପରେ ଆଇପିସିର ଧାରା ୩୬୩ ଓ ପୋକ୍ସୋ ଆଇନର ଧାରା ୩ ଏବଂ ୪ ଅନୁଯାୟୀ ଏତଲା ଦେଇଥିଲେ । ନିମ୍ନ ଅଦାଲତରୁ ପିଲାଟିକୁ ଆଶ୍ୱସ୍ତି ନମିଳିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ପରିବର୍ତ୍ତିତ ସାମାଜିକ ଆବଶ୍ୟକତା ସହ ତାଳ ଦେଇ ଆଇନରେ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । କାରଣ ୧୬ ବର୍ଷ ବୟସରେ ନାବାଳକର ଶାରୀରିକ ଓ ମାନସିକ ବିକାଶକୁ ଦୃଷ୍ଟିରେ ରଖି ଏଭଳି ବ୍ୟକ୍ତି ତା’ର ମଙ୍ଗଳ ସମ୍ବନ୍ଧରେ ନିଷ୍ପତ୍ତି ନେବାରେ ସକ୍ଷମ ହେବା ଯୁକ୍ତିଯୁକ୍ତ ବୋଲି ବିବେଚନା କରାଯିବ ।

ନାବାଳକଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ ଯେ ଏହା ଯୌନ ଉତ୍ପୀଡନ ମାମଲା ନୁହେଁ ବରଂ ସମ୍ପୂର୍ଣ୍ଣ ସହମତି କ୍ରମେ ସଂପର୍କ । ଏହି ମାମଲାରେ ଅଭିଯୁକ୍ତ ନିଜ ଓକିଲଙ୍କ ଜରିଆରେ ହାଇକୋର୍ଟଙ୍କୁ କହିଥିଲେ କି, ପୀଡିତା ନିଜେ ତାଙ୍କ ବୟାନରେ ଏବଂ କୋର୍ଟ ସାକ୍ଷ୍ୟ ସମୟରେ ପ୍ରକାଶ କରିଛନ୍ତି ଯେ, ଯୌନ ସଂପର୍କରେ କୌଣସି ଜୋର ଜବରଦସ୍ତି ସଂପୃକ୍ତି ନାହିଁ ।