ଭୁବନେଶ୍ୱର ପାତ୍ରପଡା ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତ ସମ୍ଭୁ ଗିରଫ

24

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ  ପାତ୍ରପଡା ଗୁଳିକାଣ୍ଡ ଘଟଣାରେ ଧରାପଡିଲେ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ରଶ୍ମୀରଂଜନ ପାଟ୍ଟଶାଣୀ ଓରଫ ସମ୍ଭୁ ସମେତ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ଖଣ୍ଡଗିରି ଥାନା ପୁଲିସ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ବାଇକ ଓ ମାରଣାସ୍ତ୍ର ଜବତ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ପାତ୍ରପଡା ସନ୍ତୋଷୀ ମନ୍ଦିର ନିକଟରେ ଗୁଳିକାଣ୍ଡ ହୋଇଥିଲା। ଏଥିରେ  ଦୁଇ ଜଣ ଆହତ ହୋଇଥିଲେ। ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଥିବା ଜଣାପଡିଛି।। ପୂର୍ବ ଶତ୍ରୁତା ନେଇ ଗୁଳିକାଣ୍ଡ ହୋଇଥିବା ଅନୁମାନ କରିଛି ପୋଲିସ।