ଦୀର୍ଘ ଦିନ ପରେ ପୁଣି ଥରେ ରାଜଧାନୀରେ ପଥ ଉତ୍ସବ । ଯୋଗାଭ୍ୟାସ ସହ ଗୀତ, ନାଚ, ଖେଳରେ କମ୍ପୁଛି ରାଜଧାନୀ ଜନପଥ

74

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷ ପରେ ପୁଣି ଥରେ ରାଜଧାନୀକୁ ଫେରଲା ପଥ ଉତ୍ସବ । ଆଜି ସକାଳ ସାଢେ ୬ଟା ଜନପଥ ରାସ୍ତାରେ ଆରମ୍ଭ ହୋଇଛି ପଥ ଉତ୍ସବ କାର୍ଯ୍ୟକ୍ରମ । ଶୀତୁଆ ସକାଳରେ ଛୋଟରୁ ବଡ ସମସ୍ତେ ଏକାଠୀ ହୋଇ ଉତ୍ସଳ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଫିଟ୍ ରହିବାକୁ ସାଇକେଲିଂ, ସ୍କେଟିଂ, କୁମ୍ବା, ଯୋଗର ମଧ୍ୟ ସୁବିଧା ରହିଛି । କାର୍ଯ୍ୟକ୍ରମରେ ଲୋକଙ୍କ ମନୋରଞ୍ଜନ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରଯାଇଛି । ରାମମନ୍ଦିର ଛକରୁ ମାଷ୍ଟରକ୍ୟାଂଟିନ୍ ଛକ ମଧ୍ୟରେ ହେବାକୁ ଥିବା ଏହି ପଥ ଉତ୍ସବରେ ଦୁଇଟି ସାଂସ୍କୃତିକ ମଂଚ ପ୍ରସ୍ତୁତ କରାଯାଇଛି । ପରିଚିତ କଳାକାରମାନେ ଏଠାରେ କଳା ପଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ସମ୍ବଲପୁରୀ ଡାନ୍ସ ଗ୍ରୁପ୍, ରକ୍ ବ୍ୟାଣ୍ଡ ଆଦି ଗ୍ରୁପ୍ ନାଚ ଓ ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଛୋଟ ଛୋଟ ପିଲାମାନଙ୍କ ପାଇଁ ଚିତ୍ରାଙ୍କନର ବ୍ୟବସ୍ଥା ମଧ୍ୟ କରାଯାଇଛି ।