ରୋମାଞ୍ଚକର ସ୍ଥିତିରେ ଭାରତ ଓ ବାଂଲାଦେଶ ଶେଷ ମ୍ୟାଚ୍ । ଜିତିବାକୁ ହେଲେ ଭାରତକୁ ଦରକାର ୧୦୦ ରନ୍, ବାଂଲାଦେଶକୁ ୬ ୱିକେଟ୍ ।

123

କନକ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ । ଆଜି ଚତୁର୍ଥ ଦିନରେ ଭାରତକୁ ଜିତିବାକୁ ହେଲେ ୧୦୦ ରନର ଆବଶ୍ୟକତା ରହିଛି । ଆଉ ବାଂଲାଦେଶକୁ ଜିିତିବାକୁ ହେଲେ ୬ ଟି ୱିକେଟ୍ର ଆବଶ୍ୟକତା ରହିଛି ।

ତୃତୀୟ ଦିନ ଖେଳ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୪୫ ସଂଗ୍ରହ କରିଛି । ଭାରତ ପକ୍ଷରୁ ଏବେ ଅକ୍ସର ପଟେଲ, ଜୟଦେବ ଉଦାଦକତ୍ ବ୍ୟାଟିଂ କରୁଛନ୍ତି । ମୀରପୁରରେ ଖେଳାଯାଉଥିବା ଏହି ମ୍ୟାଚରେ ଶନିବାର ସକାଳେ ବାଂଲଦେଶ ୭ ରନରୁ ଦ୍ୱିତୀୟ ଇନିସ୍ ବ୍ୟାଟିଂ ଆରମ୍ଭ କରିଥିଲା । ଜାକିର ହାସନ ଏବଂ ଲିଟନ ଦାସଙ୍କ ଦମଦାର ଇନିସ୍ ବଳରେ ୨୨୭ ରନ କରିବାରେ ସକ୍ଷମ ହୋଇଥିଲା ଘରୋଇ ଦଳ । ଭାରତ ପକ୍ଷରୁ ଅକ୍ସର ପଟେଲ ୩ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱୀନୀ ଏବଂ ସିରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ହେଲେ ଭାରତର ଦ୍ୱିିତୀୟ ଇନିସ୍ରେ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ସୁଭମନ ଗିଲ, କେଏଲ ରାହୁଲ, ବିରାଟ କୋହଲି, ଚେତେଶ୍ୱର ପୂଜାରା ଆଉଟ୍ ହୋଇଯାଇଥିବା ବେଳେ ଏବେ ଜିତିବା ପାଇଁ ଭାରତକୁ ସଂଘର୍ଷ କରିବାକୁ ପଡିବ । ଏପଟେ ପ୍ରଥମ ମ୍ୟାଚ ଭାରତ ଜିତିଥିବାରୁ ଏହି ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ବାଂଲାଦେଶ ।