ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏରେ ମାମଲା ରୁଜୁ । ଆଜି ୫ ଅଭିଯୁକ୍ତଙ୍କୁ କୋର୍ଟରେ କରାଯିବ ହାଜର । ଅନ୍ୟ ଜଣେ ଏବେ ବି ଫେରାର

202

କନକ ବ୍ୟୁରୋ: ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଆଧାରରେ ଏଫଆଇଆର ରୁଜୁ ହୋଇଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ମୋଟ୍ ୬ ଜଣଙ୍କ ସଂପୃକ୍ତି ରହିଛି । ୫ ଜଣ ଗିରଫ ହୋଇଛନ୍ତି ଅନ୍ୟ ଜଣେ ଫେରାର ରହିଛନ୍ତି । ୟୁଏପିଏ ଆଧାରରେ ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇପାରେ । ସଂସଦରେ ଯେଉଁଭଳି ଆତଙ୍କ ଖେଳାହୋଇଛି ଏହାକୁ ନେଇ ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳାୟ ସିଆରପିଏଫ ଡିଜିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ପୋଲିସର ଡିସିପି ମନୀଷୀ ଚନ୍ଦ୍ରା, ଡିସିପି ପ୍ରତୀକ୍ଷା ଗୋଦରା ଏବଂ ଅନ୍ୟ ଅଧିକାରୀଙ୍କ ସହ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଟିମ୍ ଭୋର ୪ଟା ଯାଏ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲେ । ଏହାପରେ ସଂସଦ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରୁ ବାହାରିଥିଲେ ।