ସଂସଦରେ ପିଆଜ ତାତି : ବେଲଗାମ ପିଆଜ ଦର ବୃଦ୍ଧି ପ୍ରତିବାଦରେ ଗାନ୍ଧି ମୂର୍ତ୍ତି ତଳେ କଂଗ୍ରେସ ସାଂସଦଙ୍କ ଧାରଣା

157

କନକ ବ୍ୟୁରୋ : ପିଆଜ ଦର ବୃଦ୍ଧିକୁ ନେଇ କଂଗ୍ରେସର ହଲ୍ଲାବୋଲ । ବେଲଗାମ ପିଆଜ ଦର ବୃଦ୍ଧି ପ୍ରତିବାଦରେ ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ କଂଗ୍ରେସ ସାଂଦଦ । ଆଇଏନ୍ଏକ୍ସ ମିଡିଆ ମାମଲାରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଜାମିନ ପାଇବାର ଦିନକ ପରେ ଅର୍ଥାତ୍ ଗୁରୁବାର ପୂର୍ବାହ୍ନରେ ଶୀତକାଳୀନ ଅଧିବେଶନରେ ଯୋଗଦେବା ପାଇଁ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ପାର୍ଲାମେଣ୍ଟ୍ରେ ପହଞ୍ଚିଛନ୍ତି । ପାର୍ଲାମେଣ୍ଟ ବାହାରେ ପିଆଜର ଦର ବୃଦ୍ଧ ଯୋଗୁଁ ବିରୋଧୀ ସାଂସଦମାନେ କରୁଥିବା ପ୍ରତିବାଦରେ ମଧ୍ୟ ଚିଦମ୍ବରମ୍ ଭାଗ ନେଇଛନ୍ତି ।

ଗତକାଲି ଜେଲରୁ ମୁକୁଳିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇ ବର୍ତମାନର ଅର୍ଥମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିଛନ୍ତି । ଚିଦାମ୍ବରମ କହିଛନ୍ତି ଯେଉଁ ସରକାର କମ ପିଆଜ ଖାଇବାକୁ କହୁଛି, ସେ ସରକାର ଚାଲିଯିବା ଉଚିତ୍ । ପିଆଦ ଦର ବୃଦ୍ଧିକୁ ନେଇ ନିର୍ମଳା କହିଥିଲେ ସେ ପିଆଜ ଖାଉ ନାହାଁନ୍ତି ତେଣୁ ତାଙ୍କୁ କୌଣସି ଫରକ ପଡୁନି ।