ଆଉ କିଛି ସମୟ ପରେ କୋର୍ଟରେ ହାଜର ହେବେ ପପୁ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁର ଗିରଫକୁ ନେଇ ପୁଲିସ କମିଶନରେଟ ୱାଇ.ବି ଖୁରାନିଆ ପ୍ରେସମିଟ୍ କରିଛନ୍ତି । ପପୁ ଓ ତାଙ୍କ ସହଯୋଗୀ ପୁରୀର ନନ୍ଦିଘୋଷ ଆପାଟମେଂଟରୁ ଗିରଫ ହୋଇଥିବା କହିଛନ୍ତି ୱାଇ.ବି ଖୁରାନିଆ । ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପପୁଙ୍କ ନାଁରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ଅଭିଯୁକ୍ତ ମାନଙ୍କୁ ନୋଟିସ କରାଯାଇଥିଲା ବୋଲି କହିଛନ୍ତି । ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଖୁରାନିଆ  ।