ଲାଇଭ୍ ସୋ’ରେ ଚାଲିଗଲା ମହିଳା ସାମ୍ବାଦିକାଙ୍କ ଜୀବନ ! କ୍ୟାମେରାରେ କଏଦ୍ ହେଲା ମୃତ୍ୟୁର ଭିଡିଓ

85

ଚାଲିଥିଲା ଲାଇଭ୍ କଭରେଜ୍‌ । ମହିଳା ସାମ୍ବାଦିକା କରୁଥିଲେ ରିପୋର୍ଟିଂ । ହେଲେ ପର ମୁହୂର୍ତ୍ତରେ ଯାହା ଘଟିଗଲା ତାହା ଥିଲା ସମସ୍ତଙ୍କ କଳ୍ପନା ବାହାରେ । ଚାହୁଁ ଚାହୁଁ ଆଖି ସାମ୍ନାରେ ଚାଲିଗଲା ରିପୋର୍ଟରଙ୍କ ଜୀବନ । ଆଉ କ୍ୟାମେରାରେ କଏଦ୍ ହୋଇଗଲା ଏହି ମୃତ୍ୟୁର ଭିଡିଓ । ଘଟଣାଟି ହେଉଛି ପାକିସ୍ତାନର ।

ଭିଡିଓରେ ଦେଖିବାକୁ ମିଳିଛି ପାକିସ୍ତାନର ଏକ ଘରୋଇ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକା ଲାଇଭ୍ ରିପୋର୍ଟିଂ କରୁଥିଲେ । ଏକ କ୍ରେନରେ ବସି ଷ୍ଟୁଡିଓରେ ଥିବା ଆଙ୍କରଙ୍କୁ ସ୍ଥାନୀୟ ପିଟିଆଇ ଜଲସାର ରାଲି ସଂପର୍କରେ ସୂଚନା ଦେଉଥିବା ସମୟରେ ହଠାତ୍ ତାଙ୍କ ମୁହଁ ବନ୍ଦ ହୋଇଗଲା । କିନ୍ତୁ ଆଖି ଦୁଇଟି କ୍ୟାମେରା ଆଡକୁ ଚାହିଁଥିଲା । ଆଉ ଚାହୁଁ ତାହୁଁ କ୍ରେନରୁ ହଠାତ୍ ତଳକୁ ଖସି ପଡିଲେ ରିପୋର୍ଟର୍ ଜଣକ । ଆଉ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ଅନ୍ୟପକ୍ଷରେ ଏମିତି କିଛି ମତ ଆସୁଛି ଯେ, ଉକ୍ତ ସାମ୍ବାଦିକା ଜୀବିତ ଅଛନ୍ତି, ସେହି ସମୟରେ ସେ ଅଚେତ ହୋଇପଡ଼ିଥିଲେ।

ଦେଖନ୍ତୁ ମୃତ୍ୟୁର ଏହି ଲାଇଭ୍ ଭିଡିଓ :

ସୌଜନ୍ୟ : ଡେଲିପୋଷ୍ଟ୍