‘ତୁମ ଘର ଜାଳି ଦେବୁ’: ଇମ୍ରାନ ଖାନଙ୍କୁ ମୁକ୍ତ କରିଥିବା ମୁଖ୍ୟ ବିଚାରପତିଙ୍କୁ ଧମକ

784

କନକ ବ୍ୟୁରୋ: ଇମ୍ରାନ ଖାନଙ୍କୁ ମୁକୁଳାଇଥିବାରୁ ପାକିସ୍ତାନ ମୁଖ୍ୟ ବିଚାରପତିଙ୍କ ଉପରେ ବର୍ଷିଛନ୍ତି ପାକିସ୍ତାନ ମନ୍ତ୍ରୀ ମରିୟମ୍ ଔରଙ୍ଗଜେଭ୍ । ଗୁରୁବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ମନ୍ତ୍ରୀ ମରିୟମ କହିଛନ୍ତି ଯେ , ଆଜି ପାକିସ୍ତାନ ଜଳୁଛି, ଆଗକୁ ଯଦି କେହି ବିଚାରପତିଙ୍କ ଘରେ ପଶି ନିଆଁ ଲଗାଇ ଦିଅନ୍ତି… ତେଣୁ ତୁମେ ନିଷ୍ପତ୍ତି ନିଅ, କାହାର ଘର ରହିବ ନାହିଁ’ । ସୁପ୍ରିମ୍ କୋର୍ଟର ବିଚାରପତିମାନେ ଇମ୍ରାନ୍ ଖାନଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ବୟାନ ଦେଇଛନ୍ତି ମରିୟମ୍ ନୱାଜ ସରିଫ୍ ।

ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ମରିୟମ ଔରଙ୍ଗଜେଭ କହିଛନ୍ତି ଯେ, କାହାରି ଘର ବର୍ତ୍ତିବ ନାହିଁ । ନେତାମନ୍ତ୍ରୀଙ୍କ ଘର ଜଳୁଛି, ଆମ୍ବୁଲାନ୍ସ, ମସଜିଦ୍ ଜଳୁଛି, ସ୍କୁଲ କଲେଜରେ ନିଆଁ ଲାଗିଛି । ଗଣମାଧ୍ୟମ ଅଫିସରେ ବି ନିଆଁ ଲଗାଇଦିଆଯାଇଛି । ଦେଶ ନାଁରେ ଦୁର୍ନୀତି କରି ବି ମୁକ୍ତି ପାଉଛନ୍ତି ଦୋଷୀ । ଯଦି କୋର୍ଟ ଦୋଷୀକୁ ଦଣ୍ଡ ଦେଇଥାନ୍ତେ ତାହାଲେ ଅଜି ଏଭଳି ପରିସ୍ଥିତ ସୃଷ୍ଟି ହୋଇନଥାନ୍ତା’ ବୋଲି କହିଛନ୍ତି ମରିୟମ୍ ।

ଏହାସହ ମରିୟମ୍ ନୱାଜ ସରିଫ୍ ମଧ୍ୟ ଏହି ଘଟଣାକୁ ନେଇ ମୁଖ୍ୟ ବିଚାରପତିଙ୍କ ଉପରେ ବର୍ଷିଛନ୍ତି । ଆଜି ଦେଶର ଯହା ବି ଗୁରୁତ୍ୱପୂର୍ଣ୍ଣ ବିଭାଗ କ୍ଷତି ହୋଇଛି ସେଥିପାଇଁ ଖୋଦ୍ ମୁଖ୍ୟ ବିଚାରପତି ଦାୟୀ । ସେ ନିଜ ପଦବୀ ଛାଡି ତେହରିକ୍ –ଏ- ଇନସାଫ୍ ପାର୍ଟିରେ ଯୋଗ ଦିଅନ୍ତୁ ।