ଫସିଲା ଚୀନ୍ : ଋଣ ପାଇଁ ବ୍ଲାକମେଲିଂ କରୁଛି ପାକିସ୍ତାନ

53

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଭୟଙ୍କର ଆର୍ଥିକ ସଙ୍କଟରେ ଗତି କରୁଛି ପାକିସ୍ଥାନ । ତେଣୁ ନିଜର ମିତ୍ର ରାଷ୍ଟ୍ର ଚୀନର ଆର୍ଥିକ ସହାୟତା ଅପେକ୍ଷାରେ ପାକିସ୍ଥାନ । ନିଜର ଆର୍ଥିକ ସ୍ଥିତିରେ ଯେପର୍ଯ୍ୟନ୍ତ ସୁଧାର ନ ଆସିଛି ସେପର୍ଯ୍ୟନ୍ତ ଋଣ ଦେବାକୁ ପାକିସ୍ଥାନ ଚୀନକୁ କହିଛି । ଏହାସହ ସେ ଚୀନକୁ ମଧ୍ୟ ଚେତାବନୀ ମଧ୍ୟ ଦେଇଛି, କି ଯଦି ପାକିସ୍ଥାନ ଋଣ ନ ପାଏ ତେବେ ଦକ୍ଷିଣ ଏସିଆରେ ବେଜିଂ ଯେଉଁ ୬୦ ଆରବୀୟ ଡଲାର ନିବେଶ କରିଛି ତାହା ଉପରେ ବିପଦ ପଡିପାରେ ।

ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି, ୨୦୧୮ ମସିହା ଜୁନ ମସିହା ଶେଷ ଚୀନ ଠାରୁ ସୁଦ୍ଧା ୪ ଆରବୀୟ ଡଲାର ଋଣ ପାକିସ୍ଥାନ ନେଇସାରିଛି । ପୁଣିଥରେ ଏତେ ଋଣ ମାଗିବାରୁ ଚୀନ ଦେବାକୁ ରାଜି ହେଉନାହିଁ । କାରଣ ବାରମ୍ବାର ଋଣ ଦେବାଫଳରେ ଚୀନର ମଧ୍ୟ ରାଜସ୍ୱ କମୁଛି । ଏପଟେ ପାକିସ୍ଥାନ ମଧ୍ୟ କହିଛି ଯଦି ଏହି ସମୟରେ ଯଦି ଚୀନ ଆମକୁ ସାହାଯ୍ୟ ନକରେ ତେବେ ଉଭୟ ଦେଶର ସମ୍ପର୍କରେ ଭଟ୍ଟା ପରିପାରେ । ଚୀନ ପାକିସ୍ଥାନ ସୀମାରେ ଯେଉଁ ରାସ୍ତା ନିର୍ମାଣ କରୁଛି ଏପରକିି ସମୟରେ ତାହା ଉପରେ ମଧ୍ୟ ପ୍ରଭାବ ପଡିପାରେ ବୋଲି ପାକିସ୍ଥାନ ଚେତାଇ ଦେଇଛି ।

ଏହାସହ ପାକିସ୍ଥାନ ସୀମାରେ ଯେଉଁ ରାସ୍ତା ନିର୍ମାଣ କରାଯାଉଛି ତାହାର ଗୁପ୍ତ ତଥ୍ୟ ମଧ୍ୟ ପଦାରେ ପଡିପାରେ । ସେଠାକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ଆମର ଅସୁବିଧା ବେଜିଂର ଅଧିକାରୀ ମାନଙ୍କୁ ଅବଗତି କରାଇଛୁ । ଯଦି ଆମେ ଆଇଏମଏଫ କାର୍ଯ୍ୟକ୍ରମରେ ଯୋଗ ଦେଉ ତେବେ ଆମେ ସମସ୍ତ ତଥ୍ୟ ସେଠାରେ ଉପସ୍ଥାପିତ କରିବୁ । ସିପିଇସିରେ ଚୀନ ଯେଉଁ ଅର୍ଥ ବିନିଯୋଗ କରିଛି ତାହା ଉପରେ ମଧ୍ୟ ପ୍ରଭାବ ପଡିପାରେ ବୋଲି ପାକିସ୍ଥାନ କହିଛି ।

ତେବେ ବର୍ତ୍ତମାନ ପାକିସ୍ଥାନର ରାଜସ୍ୱଭଣ୍ଡାର ମଧ୍ୟ ଖାଲିପଡିଛି । ଏହା ଦ୍ୱାରା ଦେଶର ଜନତା ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହେଉଛନ୍ତି । ଅନେକ ସରକାରୀ ଯୋଜନାକୁ ବନ୍ଦ ମଧ୍ୟ କରାଗଲାଣି । ତେବେ ଦେଶ ଏପରି ସମୟରେ କିପରି ଚାଲିବ ସେ ନେଇ ଚିନ୍ତାରେ ପାକିସ୍ଥାନ । ଏହା ଏବେକାର କଥା ନୁହେଁ ବରଂ ବିଗତ ୨ ବର୍ଷ ହେଲା ଏପରି ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି ପାକିସ୍ଥାନ ଏହାସହ ଦେଶରେ ବିଦେଶୀ ଟଙ୍କାର ମଧ୍ୟ ଅଭାବ ରହିଛି । ଏହି ପରି ସମୟରେ ଅନ୍ୟ ଦେଶରୁ ଋଣ ନେଇ ଦେଶକୁ କିପରି ଭାବରେ ଚଲାଇ ହେବ ସେନେଇ ଚିନ୍ତାରେ ସରକାର । ୨୦୧୯ ବେଳକୁ ଆର୍ଥିକ ସ୍ଥିତି ଆହୁରି ଜଟିଳ ରୂପ ନେବ ବୋଲି ଏକ ରିପୋର୍ଟରେ ପ୍ରକାଶ କରାଯାଇଛି ।

ପାକିସ୍ଥାନ ଏବେ ବି ବିଶ୍ୱବ୍ୟାଙ୍କଠାରୁ ଋଣ ନେବା ପାଇଁ ଚାହୁଁନାହିଁ । କେବଳ ଚୀନର ଆର୍ଥିକ ସହାୟତା ଉପରେ ନିର୍ଭର କରୁଛି ପାକିସ୍ଥାନ । ସେଠାକାର ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଚୀନଠାରୁ କେବଳ ଅର୍ଥ ନେଲେ ହେବ ନାହିଁ । ବରଂ ପୁଣିଥରେ ଦେଶ ବିଶ୍ୱବ୍ୟାଙ୍କଠାରୁ ଋଣ ନେବାର ଆବଶ୍ୟକତା ରହିଛି ବୋଲି ପାକିସ୍ଥାନର ଜନସାଧାରଣ ମାନେ କହିଛନ୍ତି ।