ପାନାମାଗେଟ୍ ମାମଲାରେ ନୱାଜ ସରିଫଙ୍କୁ ବଡ଼ ଝଟକା !

35

କନକ ବ୍ୟୁରୋ: ପାନାମାଗେଟ୍ ମାମଲାରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଝଟକା । ନୱାଜ ସରିଫ୍ ଓ ତାଙ୍କ ପରିବାରର ବେନାମୀ ସମ୍ପତି ଠୁଳ ମାମଲାରେ ପାକ୍ ସୁପ୍ରିମକୋଟରେ ଶୁଣାଣି ଆରମ୍ଭ ହୋଇଛି । ସରିଫଙ୍କ ବିରୁଦ୍ଧରେ ଯୁଗ୍ମ ତଦନ୍ତକାରୀ ଦଳ ଜେଆଇଟି ଅନେକ ସଙ୍ଗିନ ଅଭିଯୋଗ ଲଗାଇଛି । ସେପଟେ ଏହି ମାମଲା ଜେଆଇଟି ହାତରୁ କାଢ଼ି ନେବାକୁ ସୁପ୍ରିମକୋର୍ଟକୁ ଅନୁରୋଧ କରିଛନ୍ତି ପାକ୍ ଅର୍ଥମନ୍ତ୍ରୀ ଇଶାକ ଡାର୍ ।

ଶୁଣାଣି ଆରମ୍ଭ ହେବା ପରେ ନୱାଜ ସରିଫ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବିରୋଧୀ ଦାବି କରିଛନ୍ତି । ସରିଫ୍ ଓ ତାଙ୍କ ପରିବାର ବିରୁଦ୍ଧରେ ବେଆଇନ ଭାବେ ବିଦେଶରେ ଟଙ୍କା ଓ ସମ୍ପତି ଠୁଳର ଅଭିଯୋଗ ପୂର୍ବରୁ ଆସିଥିଲା । ନୱାଜ୍ ସରିଫଙ୍କ ବିରୁଦ୍ଧରେ ବଡ଼ ଧରଣର ପ୍ରଦର୍ଶନ ହେବା ଆରମ୍ଭ ହୋଇଛି ପାକିସ୍ତାନରେ ।