ହଜିଯାଉଛି ମାନବିକତା, ଦୁଷ୍କର୍ମ ବଦଳରେ ଦୁଷ୍କର୍ମ ! ପରିବାର ସମ୍ମତି କ୍ରମେ ଅଭିଯୁକ୍ତଙ୍କ ଭଉଣୀକୁ କରାଗଲା ଦୁଷ୍କର୍ମ

60

ସମୟ ଯେତେ ଆଗେଇଲେ କିମ୍ବା ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷର ପ୍ରକୃତି ବଦଳୁ ନାହିଁ । ବିଜ୍ଞନା ଯେତିକି ଅଗ୍ରଗତି କରୁଛି ଧୀରେ ଧୀରେ ମାନବିକତା କମି କମି ଯାଉଛି । ପ୍ରତିଦିନ ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଅପହରଣ, ଭଳି ଅପରାଧ ସାମ୍ମାକୁ ଆସୁଛି । ଆଜିକା ସମୟରେ ଏସବୁ ଅପରାଧ ଯେପରି ଖୁବ ସାଧାରଣ ଘଟଣା ହୋଇଗଲାଣି । ଯାହା ସୂଚାଇ ଦେଉଛି ଯେ ମଣିଷ ମାନିବିକତା ହରାଇ ପଶୁଠାରୁ ହୀନ ବ୍ୟବହାର କରୁଛି । ବର୍ତ୍ତମାନ ସମୟରେ ଧର୍ଷଣ ଭଳି ଅପରାଧ ସାଧାରଣ ଘଟଣା ହୋଇଗଲାଣି । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ପାକିସ୍ଥାନ ପଞ୍ଜାବର ଟୋବା ଟେକ ସିଂହ ନାମକ ଏକ ଜିଲ୍ଲାରେ ।

ମାର୍ଚ୍ଚ ୨୦ ତାରିଖରେ ଏଠାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମର ଶିକାର ହୋଇଥିଲେ । ତେବେ ଏହାର ପ୍ରତିବାଦ କରି ଅଭିଯୋଗ କରାଗଲା ପରେ ଯାହା ହେଲା ଆପଣ ଶୁଣି ଆଶ୍ଚଯ୍ୟ ହେଲେ । ଦୋଷୀକୁ ଦଣ୍ଡ ଦେବା ପ୍ରତିବଦଳରେ ଅଭିଯୁକ୍ତର ଭଉଣୀକୁ କରାଗଲା ଦୁଷ୍କର୍ମ । ସୂଚନାଯୋଗ୍ୟ ନ୍ୟାୟ ପାଇଁ ମାର୍ଚ୍ଚ ୨୧ ତାରିଖରେ ପୀଡିତାଙ୍କ ଭାଇ ଅଭିଯୁକ୍ତଙ୍କ ଭଉଣୀକୁ ଦୁଷ୍କର୍ମ କଲା । ଆଉ ତାହା ପୁଣି ପରିବାରର ସମ୍ମତି ନେଇ । ଏପରି କରି ସେମାନେ ହିସାବ ବରାବର କରିଦେଲେ ସିନା , ହେଲା ଉଭୟ ପୀଡ଼ିତାଙ୍କ କଥା ବୁଝୁଛି କିଏ । ପରିବାରର ୧୨ ସଦସ୍ୟ ଏବଂ ପଞ୍ଚାୟତ ମଧ୍ୟରେ କଥାବାର୍ତ୍ତା ହୋଇ ଏଭଳି ଲଜ୍ଜାଜନକ ଘଟଣାକୁ ପ୍ରଶ୍ରୟ ଦିଆଗଲା ।

 

ତେବେ ଏଭଳି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ଏଠାରେ ଏପରି କିଛି ଘଟଣା ଘଟିଛି । ଦୋଷୀକୁ ଦଣ୍ଡ ମିଳିବା ବଦଳରେ ଦଣ୍ଡ ମିଳିଛି ତ କେବଳ ନାରୀକୁ । ୨୦୧୭ ଜୁଲାଇ ମାସରେ ୧୬ ବର୍ଷୀୟ ଜଣେ କିଶୋର ୧୩ ବର୍ଷର ଜଣେ କିଶୋରୀଙ୍କୁ ବଳାତ୍କାର କରିଥିବା ବେଳେ ପରିବାର ନ୍ୟାୟ ପାଇଁ ପଞ୍ଚାୟତର ସାହାରା ନେଲେ । ପଞ୍ଚାୟତ ନ୍ୟାୟରେ ପୀଡିତା ଭାଇକୁ ଦୋଷୀର ଭଣଣୀ ସହ ଦୁଷ୍କର୍ମ କରିବାକୁ ଆଦେଷ ଦେଲେ । ପରମୁହୂର୍ତ୍ତରେ ଦୁଇ ପରିବାର ଦୁହିଁଙ୍କ ବିରୋଧରେ ବଳାତ୍କାର କରିବାକୁ ନେଇ ଥାନାରେ ଏତଲା ଦେଇଥିଲେ ।

ଅବିକଳ ୨୦୧୪ ମସିହାରେ ମଧ୍ୟ ଏଭଳି ଏକ ଘଟଣା ସାମ୍ମାକୁ ଆସିଥିଲା । ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କକୁ ନେଇ ଯେତେବେଳେ କଥା ପଞ୍ଚାୟତରେ ଉଠିଥିଲା ଉକ୍ତ ବ୍ୟକ୍ତିଙ୍କ ୪୫ ବର୍ଷୀୟା ବିଧବା ଭଣଣୀଙ୍କୁ ଗଣଦୁଷ୍କର୍ମ କରିବା ପାଇଁ ପଞ୍ଚାୟତ ଆଦେଶ ଦେଇଥିଲା । ଆଧୁନିକ ଯୁଗରେ ଏଭଳି କ୍ରୁରତାକୁ ପ୍ରଶ୍ରୟ ଦେବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ଯାହ ଲୋକଙ୍କ ବିକୃତ ମାନସିକତାକୁ ଦର୍ଶାଉଛି ।