କାର୍ତ୍ତିକ ମାସରେ କାହିଁକି ହେବ ନାହିଁ ଦିଅଁ ଦର୍ଶନ? ଭର୍ଚୁଆଲରେ ଭୋଳା ବାବାଙ୍କ ଦର୍ଶନ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ।

226

କନକ ବ୍ୟୁରୋ; କାର୍ତ୍ତିକରେ କାହିଁକି ହେବ ନାହିଁ ଦିଅଁ ଦର୍ଶନ? କଟକ ଆଠଗଡ ଧବଳେଶ୍ୱର ପୀଠ ଓ ଝୁଲାପୋଲରେ ୧୪୪ ଧାରା ଏବଂ ଭର୍ଚୁଆଲରେ ଭୋଳା ବାବାଙ୍କ ଦର୍ଶନ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ଏଲଇଡିରେ ଧବଳେଶ୍ୱରଙ୍କ ଦର୍ଶନ ଏବଂ ଅସ୍ଥାୟୀ ପ୍ରତିମା ଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ଜିଲ୍ଲାପାଳ । ଝୁଲାପୋଲ ଠାରେ ଦିଅଁ ଦର୍ଶନର ବ୍ୟବସ୍ଥା କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ । ଯାହାକୁ ବିରୋଧ କରିଥିଲେ ପୂଜକ କମିଟି । ଆଜି ପୂଜକ କମିଟିର ସହ ଆଲୋଚନା ପରେ ମୁଖ୍ୟରାସ୍ତା ମନ୍ଦିର ଫାଟକ ପାଖରେ ଏଲଇଡି ସ୍କ୍ରିନରେ ଭୋଳା ଦର୍ଶନ ନେଇ କଟକ ଜିଲ୍ଲାପାଳ ନିଷ୍ପତି ନେଇଛନ୍ତି । ହେଲେ ଝୁଲାପୋଲ ଓ ମନ୍ଦିର ବେଢାରେ ୧୪୪ ଧାରା ଲାଗୁ ରହିବ । ତେବେ କାର୍ତ୍ତିକ, ବଡ ଓଷାରେ କାହିଁକି ଦିଅଁ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି ।