୩୩୨ ଟଙ୍କାର ପେଣ୍ଟିଂ ୧.୫୮ କୋଟିରେ ବିକ୍ରି । ଅଦରକାରୀ ଭାବି ଫିଙ୍ଗିଦେଇଥିଲେ ମହିଳା

387

କନକ ବ୍ୟୁରୋ: ବେଳେବେଳେ ଅଦରକାରୀ ଭାବି କିଛି ଜିନିଷକୁ ଫିଙ୍ଗିଦେଇଥାଉ ବା ଷ୍ଟୋର ରୁମରେ ପକାଇଦେଇଥାଉ । କିନ୍ତୁ ସେହି ଅଦରକାରୀ ମନେ ହେଉଥିବା ଜିନିଷ ଯେ କାହା ପାଇଁ ଅତି ମୂଲ୍ୟବାନ୍ ତାହା ଆମକୁ ଜଣାନଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରିଟେନର ହାମ୍ପସାୟରରେ ।
ଏଠିକାର ଜଣେ ମହିଳା ଘର ସଫା କରୁଥିବା ସମୟରେ ଏକ ପୁରୁଣା ପେଣ୍ଟିଙ୍ଗକୁ ଅନାବଶ୍ୟକ ମନେକରି ନେଇ ନିଜ ଷ୍ଟୋର ରୁମରେ ପକାଇଦେଇଥିଲେ । ହେଲେ ଏହା ପୂର୍ବରୁ କାଢି ଦେଇଥିବା କିଛି ପେଣ୍ଟିଂର ଫଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହା ପରେ ସେ ପେଣ୍ଟିଙ୍ଗ ବିଷୟରେ ଯାହା ଜାଣିବାକୁ ପାଇଲେ ସେଥିରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିନଥିଲା । ଯେଉଁ ପେଣ୍ଟିଙ୍ଗକୁ ସେ ଷ୍ଟୋର ରୁମରେ ପକାଇଦେଇଛନ୍ତି ପ୍ରକୃତରେ ତା’ର ମୂଲ୍ୟ କୋଟିଏରୁ ଅଧିକ ।

ଏହା ପରେ କିଛି ବ୍ୟକ୍ତି ଆସି ତାଙ୍କ ଘରେ ପହଞ୍ଚିଥିଲେ ଏବଂ ପେଣ୍ଟିଂର ନିଲାମ ଡାକିବାକୁ କହିଥିଲେ । ନିଲାମୀରେ ଅନେକ ଲୋକ ଭାଗ ନେଲେ । କେବେ ମାତ୍ର ୩୩୨ ଟଙ୍କାରେ କିଣାଯାଇଥିବା ଏହି ପେଣ୍ଟିଙ୍ଗଟି ୧୯୧ ଡଲାର(ଭାରତୀୟ ମୁଦ୍ରାରେ ୧.୫୮କୋଟି) ଟଙ୍କାରେ ନିଲାମ ହେଲା ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ପେଣ୍ଟିଙ୍ଗ ପ୍ରଖ୍ୟାତ ଚିତ୍ରକର ଏନ, ସି, ବାୟଥଙ୍କର ଦୀର୍ଘ ଦିନରୁ ହଜିଯାଇଥିବା ପେଣ୍ଟିଙ୍ଗ । ଏହାକୁ ପେନସିଲଭାନିଆ ସ୍ଥିତ କଳାକାର ଦ୍ୱାରା ହେଲେନ୍ ହଣ୍ଟ ଜ୍ୟାକସନଙ୍କ ପୁସ୍ତକ ରମୋନା, ୧୯୩୯ ସଂସ୍କରଣ ପାଇଁ ଅଙ୍କାଯାଇଥିଲା । ଏହି ପେଣ୍ଟିଙ୍ଗରେ ଜଣେ ଅନାଥ ଯୁବତୀଙ୍କୁ ତାଙ୍କ ସାବତ ମା’ଙ୍କ ସହ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଛି ।