ସୋରଡା ବିଧାୟକଙ୍କ ଖୋଲା ଚ୍ୟାଂଲେଜ୍ ! ପଂଚାୟତ ନିର୍ବାଚନ ପ୍ରଚାର ବେଳେ ଦେଲେ ବିରୋଧୀ ପ୍ରାର୍ଥୀଙ୍କୁ ଧମକ

32

କନକ ବ୍ୟୁରୋ: ବିଧାୟକ ଦେଲେ ଖୋଲା ଚ୍ୟାଂଲେଜ୍ । ଶୃଙ୍ଖଳାରେ ରୁହ, ନଚେତ୍ ଗୋଡହାତ ଭାଂଗିଦେବି । ପଂଚାୟତ ନିର୍ବାଚନ ପ୍ରଚାର ବେଳେ ବିରୋଧୀ ପ୍ରାର୍ଥୀଙ୍କୁ ଏଭଳି ଧମକ ଦେଇଛନ୍ତି ଗଂଜାମ ସୋରଡାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । କହିଛନ୍ତି ତାଂକୁ ମୁର୍ଖ କହୁଥିବା ବିରୋଧୀଙ୍କୁ କ୍ଷମା ନାହିଁ । ସେ ଯଦି ମୁର୍ଖ ତେବେ ବିଧାୟକ ହେଲେ କେମିତି ।

ଆଜି ଗଂଜାମ ସୋରଡାର ବଡଗଡ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ । ଆଉ ଏହି ସମୟରେ ବିରୋଧୀ ପ୍ରାର୍ଥୀଙ୍କ ଉପରେ ବର୍ଷିଥିଲେ ବିଜେଡି ବିଧାୟକ ।