ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୭ ସମ୍ମିଳନୀରେ ସାମିଲ ହେବେ ମୋଦି ପ୍ରଧାନମନ୍ତ୍ରୀ

345

କନକ ବ୍ୟୁରୋ : ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୯ଟାରେ ମୋଦି ପ୍ୟାରିସ ଚାଲର୍ସ- ଡି-ଗାଲ ଏୟାରପୋର୍ଟରେ ପହଁଚିବେ । ଏହାପରେ ରାତି ୯ଟା ୪୫ ମିନିଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏହାପରେ ରାତି ୧୦ଟା ୩୦ ମିନିଟରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ବୈଠକ ବସିବ । ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସୂଚନା ଦେଇଛନ୍ତି ।

image courtesy – firstpost.com

ଟ୍ୱିଟରେ ମୋଦି ଲେଖିଛନ୍ତି ଯେ ୨୨ରୁ ଅଗଷ୍ଟ ୨୬ ଯାଏଁ ସେ ଫ୍ରାନ୍ସ,ୟୁଏଇ ଓ ବହରୀନ ଯାତ୍ରାରେ ରହିବେ । ସେଠାରେ ବନ୍ଧୁ ରାଷ୍ଟ୍ରମାନଙ୍କ ସହ ସମ୍ପର୍କକୁ ଅଧିକ ମଜବୁତ କରିବେ ।

୨୨ ଓ ୨୩ ଦୁଇଦିନ ଫ୍ରାନ୍ସ ସହ ଦ୍ୱିପାକ୍ଷିକ ବୈଠକ ହେବ । ଏହାସହ ରାଷ୍ଟ୍ରପତି ମାକ୍ରୋ ଓ ପ୍ରଧାନମନ୍ତ୍ରୀ ଫିଲିପଙ୍କ ସହ ବୈଠକ ହେବ । ସେଠାରେ ଭାରତୀୟ ସମୁଦାୟ ଲୋକଙ୍କୁ ବି ଭେଟିବେ । ୨୫ ଓ ୨୬ ଅଗଷ୍ଟରେ ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବେ ।