ଭାରତୀୟ ରେଳବାଇର ନୂଆ ପଲିସି ଯୋଗୁଁ ଉପକୃତ ହେବେ ରାତିରେ ଯାତ୍ରା କରୁଥିବା ରେଳଯାତ୍ରୀ । ଆଉ ଏଥିଯୋଗୁଁ ଯାତ୍ରୀ ସଂଖ୍ୟା ମଧ୍ୟ ବଢ଼ିବାର ସମ୍ଭାବନା ରହିଛି । ରାତିରେ ଯାତ୍ରାକୁ ଅଧିକ ସୁଗମ କରିବା ପାଇଁ ଦ୍ରୁତଗାମୀ ଟ୍ରେନ ଚଳାଇବା ପାଇଁ ରେଳବାଇ ତରଫରୁ ବିଚାର କରାଯାଉଛି । ଚଳିତ ବର୍ଷ ଏପ୍ରିଲରେ ଘୋଷିତ ହେବାକୁ ଥିବା ନୂଆ ଯୋଜନାରେ ନୁଆ ହାଇସ୍ପିଡ଼୍ କରିଡ଼ରରେ ୨୦୦-୨୫୦ କିମି ପ୍ରତି ଘଂଟା ବେଗରେ ଦୌଡ଼ିବ ଟ୍ରେନ୍ । ରେଳମନ୍ତ୍ରୀ ପୀୟୁଷ ଗୋୟଲ ରେଳବାଇ ବୋର୍ଡ଼କୁ ହାଇସ୍ପିଡ଼୍ କରିଡ଼ସ ଚିହ୍ନଟ କରିବା ପାଇଁ ଏବଂ ନିର୍ମାଣକୁ ତ୍ୱାରନ୍ୱିତ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । ଖବର ଅନୁସାରେ ଅପ୍ରେଲ ୨୦୧୮ରେ ଏପରି ୧୦ ହଜାର କିମି ନୂଆ ହାଇସ୍ୱିଡ଼୍ କରିଡ଼ର ଘୋଷଣା କରାଯିବାର ସମ୍ଭାବନା ରହିଛି । ଯେଉଁଠି ୨୦୦ ରୁ ୨୫୦ କିମି ପ୍ରତି ଘଂଟା ବେଗରେ ଦୌଡ଼ିବ ଟ୍ରେନ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଡ଼ିଆ ରିପୋର୍ଟ ଅନୁସାରେ ଏପରି ହେବାଦ୍ୱାରା ଯାତ୍ରୀଙ୍କୁ ଘରେ ପହଞ୍ଚି ଅଫିସ୍ ବାହାରିାବ ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ । ଠିକ୍ ସମୟରେ ଅଫିସ ପହଞ୍ଚିବା ପାଇଁ ଯେପରି ମିଳିବ ସେହି ସମୟରେ ହିଁ ଯାତ୍ରୀଙ୍କୁ ପହଞ୍ଚାଇବ ଟ୍ରେନ୍ । ଏହାସହ ଏହି ଯୋଜନା ଦ୍ୱାରା ଖର୍ଚ୍ଚ ମଧ୍ୟ କମ୍ ହେବ । ତେବେ ହାଇସ୍ପିଡ଼୍ କରିଡ଼ର ତିଆରି କିରିବା ପାଇଁ କିମି ପ୍ରତି ୧୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ । ତେବେ ଏହି ଖର୍ଚ୍ଚକୁ ଅଧା କରିବା ପାଇଁ ରେବଳାଇ ଚେଷ୍ଟା ଜାରି ରଖିଛି । ଏହି ପଦକ୍ଷେପ ଦ୍ୱାରା ପ୍ରକଳ୍ପର ସମୟସୀମା ମଧ୍ୟ କମ୍ ହୋଇଯିବ । ଏହା ବ୍ୟତୀତ ରେଳ ବିଭାଗ ଛୋଟ ରୁଟରେ ଦ୍ରୁତଗାମୀ ଟ୍ରେନ୍ କରିଡ଼ର ନିର୍ମାଣ କିରବା ପାଇଁ ମଧ୍ୟ ବିଚାର କରୁଛନ୍ତି । ଅଧିକାରୀଙ୍କ ସୂଚନା ଅନୁସାରେ ମୁମ୍ବାଇ ଓ ପୁନେ ମଧ୍ୟରେ ପାଖାପାଖି ଇଂଟରସିଟି ୩ ଘଂଟାର ସମୟ ନିଏ । ଯଦି ଯାତ୍ରା ସମୟରେ କମାଇ ଦିିଆଯିବ ତେବେ ଯାତ୍ରୀନଦ୍ରୁତଗାମୀ ଟ୍ରେନକୁ ହିଁ ଚୟନ କିରବେ ବୋଲି ଆଶା କରାଯାଉଛି ।