ଗରମ ସାଙ୍ଗକୁ ଭାରି ପଡ଼ୁଛି ପାୱାର କଟ୍ : ସମସ୍ୟା ସମାଧାନ ପାଇଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ 

97

କନକ ବ୍ୟୁରୋ : ଗରମ ସାଙ୍ଗକୁ ଭାରି ପଡ଼ୁଛି ପାୱାର କଟ୍  । ଆଗକୁ ଆହୁରି ଜଟିଳ ହୋଇପାରେ ବିଜୁଳି ସମସ୍ୟା । ଏହାର ସମାଧାନ ପାଇଁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଡାକିଥିବା ଏହି ବୈଠକରେ ଗ୍ରୀଡକୋ, ଓପିଟିସିଏଲ୍ ଓ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ସହ ବିଜୁଳି କାଟ ସମସ୍ୟାର କିପରି ମୁକାବିଲା କରାଯିବ ସେନେଇ ବୈଠକରେ ମୁଖତଃ ଆଲୋଚନା ହେବ । ରାଜ୍ୟର ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଭଲ ଥିଲେ ମଧ୍ୟ ଜଳ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି । କୋଇଲା ଅଭାବରୁ ତାପଜ ବିଦ୍ୟୁତ୍ କେନ୍ଦ୍ର ଗୁଡ଼ିକ ଯେତିକି ବିଜୁଳି ରାଜ୍ୟକୁ ଦେବା କଥା ଦେଇପାରୁନାହାନ୍ତି । ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ସ୍ଥିତ ଏନଟିପିସିର ଗୋଟିଏ ୟୁନିଟରେ ହଠାତ୍ ସମସ୍ୟା ଦେଖାଦେଇଛି । ଫଳରେ ଓଡ଼ିଶାକୁ ୪ ଶହ ମେଗାୱାଟ୍ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି ।