ଅପରେସନ ରାହୁଲ: ପ୍ରସ୍ତୁତ ୩ ଆମ୍ବୁଲାନ୍ସ, ଗ୍ରୀନ କରିଡର କରିଛି ପ୍ରଶାସନ।

316

କନକ ବ୍ୟୁରୋ : ରାହୁଲ ପାଇଁ ପ୍ରସ୍ତୁତ ୩ ଆମ୍ବୁଲାନ୍ସ । ଉଦ୍ଧାର ପରେ ରାହୁଲକୁ ସୁରକ୍ଷିତ ମେଡିକାଲ ନେବା ପାଇଁ ୩ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଟନେଲ ଭିତରକୁ ଅକ୍ସିଜେନ ଓ ଷ୍ଟ୍ରେଚର ନିଆଯାଇଛି ।

ସୂଚନା ଅନୁସାରେ ପ୍ରଥମ ଆମ୍ବୁଲାନ୍ସରେ ରାହୁଲକୁ ନିଆଯିବ । ସେହିଭଳି ଆଉ ୨ଟି ଆମ୍ବୁଲାନ୍ସକୁ ମଧ୍ୟ ପ୍ରସ୍ତୁତ କରିରଖାଯାଇଛି । ପ୍ରଶାସନ ପକ୍ଷରୁ ମଧ୍ୟ ଗ୍ରୀନ କରିଡର କରିରଖାଯାଇଛି । କର୍ଡନ କରିବା ପାଇଁ ବ୍ୟାପକ ପୋଲିସ ମଧ୍ୟ ମୁତୟନ ରଖାଯାଇଛି । ଶେଷ ପର୍ଯ୍ୟାୟରେ କେବଳ ମାଟି ଖୋଳାଚାଲିଛି । ମାଟିଖୋଳା ପରେ ତାକୁ ତୁରନ୍ତୁ ମେଡିକାଲ ନିଆଯିବ ।