ସରକାରଙ୍କ ଅଗ୍ନିପଥ ଯୋଜନାକୁ ସେନା ବିଶେଷଜ୍ଞଙ୍କ ନାପସନ୍ଦ, କହିଲେ ଅତିଥି ସେନାଙ୍କୁ ନେଇ …….

452

କନକ ବ୍ୟୁରୋ: କେନ୍ଦ୍ର ରକ୍ଷାମନ୍ତ୍ରୀ ସେନାରେ‘ଅଗ୍ନିପଥ ନିଯୁକ୍ତ ’ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଏବେ ସେନାରେ ଚାକିରି କରିବାକୁ ଯୋଗ୍ୟ ବିବେଚିତ ହେଉଥିବା ଯୁବକ ଯୁବତୀମାନଙ୍କୁ କେବଳ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ଏନେଇ ସରକାର ଯୁକ୍ତିି ବାଢିଛନ୍ତି କି ଏହାଦ୍ୱାରା ସେନାରେ ଅଧିକ ଯୁବବର୍ଗ ରହିବେ । ଫଳରେ ସେନା ଅଧିକ ମଜବୁତ ହେବ । ଏହାସହ ସେନାରେ ଚାକିରି କରୁଥିବା ଲୋକଙ୍କୁ ପେନସନ ଦେବାକୁ ପଡିବ ନାହିଁ ଫଳରେ ସେନା ବଜେଟ ବି କମିବ । ହେଲେ ସେନାରେ ଏଭଳି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରକ୍ଷା ବିଶେଷଜ୍ଞ ।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ରକ୍ଷା ବିଶେଷଜ୍ଞ ପି.କେ ସେହଗଲ କହିଛନ୍ତି କି, ଏହା ଏକ ଖରାପ ଯୋଜନା । ସେ କହିଛନ୍ତି କି ଦେଶରେ କୋଟି କୋଟ ଯୁବକ ଚାକିରି ସନ୍ଧାନରେ ଅଛନ୍ତି । ସରକାର ତେଣୁ ଏଭଳି ଯୋଜନା କରି ସେନାରେ ଏକାଥରକେ ୪୬ ହଜାର ନିଯୁକ୍ତି ଦେଇଦେବେ । ହେଲେ ୪ ବର୍ଷ ପରେ ସେମାନେ ନିରାଶ ହୋଇ ଫେରିବେ ।

ସେ ଆହୁରି କହିଛନ୍ତି କି ଆଜି ଯେଉଁ ବେକାର ଯୁବକ ଯୁବତୀମାନେ ସରକାରଙ୍କର ଏହି ଯୋଜନାକୁ ନେଇ ପ୍ରଶଂସା କରୁଛନ୍ତି ୪ ବର୍ଷ ପରେ ସେମାନେ ପୁଣି ଏହି ଯୋଜନାକୁ ପଶ୍ଚାତାପ କରିବେ । ସେମାନଙ୍କୁ ଅତିବେଶିରେ କେଉଁଠି ସିକ୍ୟୁରିଟି ଗାର୍ଡର ଜବ ମିଳିବ ଓ ତାହାକୁ ସେମାନେ ସହଜରେ ଗ୍ରହଣ କରିପାରିବେ ନାହିଁ । ପୁଣି ଦେଶରେ ବେରୋଜଗାରକୁ ନେଇ ସମାନ ପରିସ୍ଥିତି ଦେଖାଦେବ ।

ସେପଟେ ସେହଗଲ କହିଛନ୍ତି କି ସେନାରେ ଜଣେ ଦକ୍ଷ ସୈନିକ ହେବାକୁ ସର୍ବନିମ୍ନ ୭/୮ ବର୍ଷ ଲାଗିଥାଏ । ହେଲେ ସରକାରଙ୍କ ଯୋଜନା ମୁତାବକ ଏବେ ନିଯୁକ୍ତି ପାଇଲେ ସେମାନେ ୪ ବର୍ଷ ମଧ୍ୟରେ ଅବସର ନେଇଯିବେ । ତେଣୁ ସେନାକୁ ଉଚ୍ଚ ଅନୁଭୂତି ସମ୍ପର୍ଣ୍ଣ ସେନା ମିଳିବେ ନାହିଁ । ତେଣୁ ଆଗାମୀ ଦିନରେ ଯଦି ବଡ ଧରଣର ଯୁଦ୍ଧ ହୁଏ ତେବେ ଏହି ସୈ÷ନ୍ୟମାନେ ଯୁଦ୍ଧ ଜିତିବା ସମ୍ଭବ ନୁହେଁ ।