ଅନ୍ଧାର ରାତିରେ ଅପରେସନ କାବେରୀ : ସୁଦାନରେ ଭାରତୀୟ ସେନାର ଦୁଃସାହାସିକ ଉଦ୍ଧାର କାର୍ଯ୍ୟ

137

କନକ ବ୍ୟୁରୋ : ଅନ୍ଧାର ରାତିରେ ଅପରେସନ୍ କାବେରୀ । ଅନ୍ଧାର ରାତିରେ ବିମାନ ଅବତରଣ କରି ୧୨୧ ଭାରତୀୟଙ୍କୁ କଲେ ଉଦ୍ଧାର । ଭାରତୀୟ ବାୟୁସେନା ପକ୍ଷରୁ ଏପରି ଦୁଃସାହସିକ ଉଦ୍ଧାର କାର୍ଯ୍ୟ ଦେଖିବାକୁ ମିଳିଛି । ନାଇଟ୍ ଭିଜନ୍ କ୍ୟାମେରା ପିନ୍ଧି ଗ୍ରୁପ୍ କ୍ୟାପଟେନ ରବି ନନ୍ଦ ବାୟୁସେନାର ବିମାନ ସି-୧୩୦ଜେ ବିମାନ ସୁଦାନରେ ଅବତରଣ କରାଇଥିଲେ ।

ସୁଦାନରେ ନାଇଟ୍ ଓ ନେଗିଭେସନ୍ ସଙ୍କେତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପରି ସ୍ଥିତିରେ ବିମାନ ଅବତରଣ କରାଇବା ବହୁତ ଚ୍ୟାଲେଞ୍ଜିଂ ଥିଲା । ବାୟୁସେନାର ପାଇଲଟ୍ ନିଜର ସାହସ ଦେଖାଇ ରାତିରେ ଲ୍ୟାଣ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲେ । ସଫଳତାର ସହ ଏକ ଛୋଟ ରନ୍ୱେରେ ଲ୍ୟାଣ୍ଡିଂ କରାଇଥିଲେ । ଏହା ପରେ ୧୨୧ ଭାରତୀୟଙ୍କୁ ନେଇ ରାତିରେ ହିଁ ବିମାନ ପ୍ରତ୍ୟାବର୍ତନ କରିଥିଲା ।