ମୁସେୱାଲାଙ୍କ ହତ୍ୟାକରୀଙ୍କୁ ଏନକାଉଣ୍ଟର: ଜଣେ ଗ୍ୟାଙ୍ଗଷ୍ଟର ମୃତ । ୩ ପୋଲିସ କର୍ମୀଙ୍କ ସହ ଜଣେ ସାମ୍ବାଦିକ ଆହତ ।

601

କନକ ବ୍ୟୁରୋ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟର ମଧ୍ୟରୁ ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟ କରିଛି ପୋଲିସ । ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଛି । ଆଜି ପଞ୍ଜାବ ଅମୃତସରର ଅଟାରୀ ନିକଟରେ ଏନକାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ୭ଜଣ ଗ୍ୟାଙ୍ଗଷ୍ଟର ଓ ପୋଲିସ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା ।

ଏହି ଏନକାଉଣ୍ଟରରେ ଜଣେ ଗ୍ୟାଙ୍ଗଷ୍ଟର ପ୍ରାଣ ହରାଇଥିବାବେଳେ ଅନ୍ୟଜଣଙ୍କୁ ପୋଲିସ କାବୁ କରିନେଇଛି । ଏହି ଘଟଣାରେ ୩ଜଣ ପୋଲିସ କର୍ମୀଙ୍କ ସହ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି ।
ଅମୃତସର ଜିଲ୍ଲାର ଅଟାରୀରେ ପାକିସ୍ତାନ ସୀମା ନିକଟରେ ଥିବା ଚିତା ଭକନା ଗାଁରେ ଏହି ଏନକାଉଣ୍ଟର ଚାଲିଥିଲା । ସୂଚନା ମୁତାବକ, ଅଟାରୀ ଗାଁରେ ୬ରୁ ୭ ଜଣ ଗ୍ୟାଙ୍ଗଷ୍ଟର ଲୁଚିରହିଥିବା ସନ୍ଦେହ କରାଯାଉଛି । ଏହି ଗ୍ୟାଙ୍ଗଷ୍ଟରମାନେ ଗାଁର ଏକ ପୁରୁଣା କୋଠାରେ ଲୁଚି ରହିଥିବା କୁହାଯାଉଛି । ସୂଚନା ପାଇ ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ।