ଜମ୍ମୁ-କାଶ୍ମୀରରେ ଅସ୍ତ୍ରବିରତି ଅବଧି ଶେଷ ପରେ ଅପରେସନ ଅଲଆଉଟ ଆରମ୍ଭ : ସେନା ଗୁଳିରେ ୪ଆତଙ୍କବାଦୀ ନିହତ

27

କନକ ବ୍ୟୁରୋ : ପବିତ୍ର ରମଜାନ ମାସ ଶେଷ ହେବା ପରେ ଜମ୍ମୁକଶ୍ମୀର ଘାଟିରେ ପୁଣିଥରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ । ପ୍ରାୟ ଏକ ମାସ ହେବ ଅସ୍ତ୍ରବିରତୀ ଅବଧି ପାଳନ କରୁଥିଲା ଭାରତ । ତେବେ ଏହାରି ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବା ଯୋଗୁଁ ପୁଣି ଆରମ୍ଭ ହାଇଯାଇଛି ଅପରେସନ । ବାନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୪ଜଣ ଆତଙ୍କୀ ନିପାତ ହୋଇଛନ୍ତି ।

soldier
source-http://sambad.in

ଜମ୍ମୁ-କଶ୍ମୀରରେ ଅସ୍ତ୍ରବିରତି ଅବଧି ଶେଷ ହେବା ପରେ ପୁଣି ଆରମ୍ଭ ହୋଇଛି ଅପରେସନ୍ ଅଲଆଉଟ୍ । ଆତଙ୍କବାଦୀ ଦମନ ବିରୋଧରେ ଭାରତୀୟ ସେନା ପୁଣି ଥରେ ଅପରେସନ ଆରମ୍ଭ କରିଛି । ଜମ୍ମୁ-କଶ୍ମୀରର ବେଜବେହରା ଓ ବାନ୍ଦିପୋରାରେ ଆତଙ୍କୀଙ୍କ ବିରୋଧରେ ଅପରେସନ୍ ଅଲଆଉଟ୍ ଆରମ୍ଭ କରାଯାଇଛି । ସ୍ଥାନୀୟ ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଅପରେସନ ଆରମ୍ଭ ହୋଇଥିଲା । ବାନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୪ଜଣ ଆତଙ୍କୀ ନିପାତ ହୋଇଛନ୍ତି ।

ପବିତ୍ର ରମଜାନ ପାଇଁ ଗୋଟିଏ ମାସ ଧରି ଅସ୍ତ୍ରବିରତୀ ପାଳନ କରୁଥିଲା ଭାରତ । ତେବେ ଏହି ସମୟ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଥିବା ବେଳେ ଜୁନ୍ ୨୮ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଯୋଗୁଁ ଅସ୍ତ୍ରବିରତୀ ଅବଧି ଶେଷ କରିବାକୁ ନିଷ୍ପତି ନିଆଯାଇଥିଲା । ଏହି ସମୟ ମଧ୍ୟରେ ସାମ୍ବାଦିକ ସୁଜାତ ବୁଖାରୀ ଓ ଯବାନ ଔରଙ୍ଗଜେବଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ଅମରନାଥ ଯାତ୍ରୀ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ମଧ୍ୟ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରୀ କଡାକଡି କରାଯାଇଛି ।

ରମଜାନ ମାସ ପାଇଁ ଏକ ମାସ ଧରି ଭାରତୀୟ ସେନାର ଅପରେସନ ବନ୍ଦ ଥିବା ବେଳେ ଆତଙ୍କୀ କାର୍ଯ୍ୟକଳାପ ବଢିଚାଲିଥିଲା । ସେନା ଉପରେ ଗ୍ରେନେଡ ମାଡ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଥିଲା । ଏଥିପାଇଁ ସେନା ପୁଣି ଥରେ ଏହି ଅପରେସନ ଆରମ୍ଭ କରିଛି ।